ବନ୍ଧାହେଲେ ନକଲି ଶିକ୍ଷକ !

ମିଛ ସାର୍ଟିଫିକେଟ ଦେଖାଇ ସାଜିଥିଲେ ବିଜ୍ଞାନ ଶିକ୍ଷକ !

ରାଜ୍ୟରେ ଚାଲିଛି ବେଆଇନ ତଥା ଚୋରା ସାର୍ଟିଫିକେଟର କଳା କାରବାର । ନକଲି ସାର୍ଟିଫିକେଟକୁ ମୋହରା କରି ଶିକ୍ଷକ ପଦରେ ନିଯୁକ୍ତି ପାଇଛନ୍ତି ହଜାର ହଜାର ଶିକ୍ଷକ । ତେବେ କିଛିଦିନ ପରେ ପୁଣି ବଲାଙ୍ଗିରରେ ଧରା ପଡ଼ିଲେ ନକଲି ଶିକ୍ଷକ । କିଚ୍ଚିଦିନ ତଳେ ନକଲି ଶିକ୍ଷକ ଘଟଣାକୁ ନେଇ ସାରା ବଲାଙ୍ଗିରରେ ହଇଚଇ ହୋଇଥିବା ବେଳେ ଅନେକ ଜାଲ୍ ଶିକ୍ଷକଙ୍କୁ ଧରିଥିଲା ବଲାଙ୍ଗୀର ପୋଲିସ । ଆଉ ଏବେ ପୁଣିଥରେ ପୁନରାବୃତ୍ତି ହୋଇଛି ସେହି ଘଟଣା । ଜାଲ୍ ସାର୍ଟିଫିକେଟ ଦେଖାଇ ଚାକିରି ହାତେଇବା ସହ ସାଜିଥିଲେ ବିଜ୍ଞାନ ଶିକ୍ଷକ । ଆଉ ଏବେ ସବୁ ଗୁମର ଫିଟିବା ପରେ ବନ୍ଧା ହୋଇଛନ୍ତି ବିଜ୍ଞାନ ଶିକ୍ଷକ ।

ଗିରଫ ଶିକ୍ଷକ ହେଲେ ଆଗଲପୁର ବ୍ଲକ ଡୁଡୁକା ପଲ୍ଲିଶ୍ରୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭକ୍ତ ଚରଣ ସେଠ । ଭକ୍ତ ଚରଣ ସେଠ ଗତ ୨୦୨୨ ମସିହାରେ ଜାଲ ବି.ଇ.ଡ଼ି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ହୋଇଛି । ଯେଉଁ ୟୁନିଭରସିଟି ନାଁରେ ସେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ସେଠାରୁ ଯାଞ୍ଚ ପରେ ସାର୍ଟିଫିଟିକେଟ୍ ନକଲି ବୋଲି ଜଣାପଡିଥିଲା । ଏନେଇ ଗତ ୯ ତାରିଖ ଟାଉନ ଥାନରେ ଜିଲ୍ଲା ଶିକ୍ଷା ଅଧିକାରୀ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଟାଉନ ପୋଲିସ ଭକ୍ତ ଚରଣ ସେଠଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଖାଲି ସେତିକି ନୁହଁ ପୋଲିସ ସନ୍ଦେହଘେରରେ ୨୫୦ରୁ ଊର୍ଦ୍ଧ୍ଵ ଶିକ୍ଷକ ଥିବା ସୂଚନା ରହିଛି ।