ପୁଣି ନିର୍ବାଚନ ଲଢିବେ ପୁଟିନ !

ପୁଣି ଋଷ ରାଷ୍ଟ୍ରପତି ହେବେ ପୁଟିନ !

ଚର୍ଚ୍ଚାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ପୁଟିନ । ଏନେଇ କିଛି ଖବର ଏବେ ସାମନାକୁ ଆସିଛି । ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ଖୁବ୍ ଶୀଘ୍ର ନିର୍ବାଚନ ଲଢିବା ନେଇ ଘୋଷଣା କରିବେ ପୁଟିନ । ଆସନ୍ତାବର୍ଷ ମାର୍ଚ୍ଚରେ ହେବାକୁ ଯାଉଥିବା ନିର୍ବାଚନରେ ଯଦି ବିଜୟୀ ହୁଅନ୍ତି ତେବେ ସେ ୨୦୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ । ପାଶ୍ଚାତ୍ୟ ରାଷ୍ଟ୍ରବିରୋଧରେ ପୁଟିନ ଦବଦବା ଜାରି ରଖିଥିବାବେଳେ ତାଙ୍କର ପ୍ରାର୍ଥିତ୍ବକୁ ବିଭିନ୍ନ ମହଲରୁ ସମର୍ଥନ ମିଳୁଥିବା ସୂଚନା ମିଳିଛି ।

ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ପୁଟିନ ନିଷ୍ପତ୍ତି ନେଇସାରିଛନ୍ତି ଏବଂ ବିଧିବଦ୍ଧ ଘୋଷଣା ବାକି ଅଛି ବୋଲି ସୁତ୍ରରୁ ପ୍ରକାଶ। ସେପଟେ ପୁଟିନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ପାଶ୍ଚାତ୍ୟ ରାଷ୍ଟ୍ର ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଭୁଲ ସୂଚନା ପ୍ରସାରଣ କରୁଛି ବୋଲି କହିଛି କ୍ରେମଲିନ। ବିଗତ ୧୯୯୯ ଡିସେମ୍ବର ୩୧ରେ ରାଷ୍ଟ୍ରପତି ଦାୟିତ୍ବ ନେଇଥିଲେ ପୁଟିନ। ତେବେ ଏହି ଘଟଣା ବିରୋଧୀ ଦେଶକୁ ଚକିତ କରିଛି ।