ପରପାରିରେ ହରିଦ୍ବାର ଦୁବେ

‘ବିଜେପି’ ରାଜ୍ୟସଭା ସାଂସଦ ହରିଦ୍ବାର ଦୁବେଙ୍କର ଦେହାନ୍ତ । ୭୪ ବର୍ଷିୟ ହରିଦ୍ବାର ଦୁବେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ଦୁବେଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଅଣାଯାଇଥିଲା ବେଳେ ତାଙ୍କର ଆଜି ଦେହାନ୍ତ ହୋଇଛି । ଡାକ୍ତରଖାନାରୁ ତାଙ୍କ ଶବ ଆଗ୍ରା ନିଆଯିବ । ରାଜ୍ୟସଭା ସାଂସଦ ହେବା ପୂର୍ବରୁ ସେ ଉତ୍ତର ପ୍ରଦେଶ ସରକାର ଓ ରାଜ୍ୟର ଅନେକ ସଂଗଠନରେ ବିଭିନ୍ନ ପଦ ପଦବୀରେ ଥିଲେ । ଆଗ୍ରା ରାଜନୀତିରେ ସକ୍ରିୟ ଥିବା ପୂର୍ବତନ ରାଜ୍ୟମନ୍ତ୍ରୀ ଦୁବେ ଦୁଇଥର ବିଧାୟକ ମଧ୍ୟ ହୋଇଥିଲେ ।