ଶିଶୁର ଫୁସଫୁସରୁ ବାହାରିଲା ଛୁଞ୍ଚି
ଦିଲ୍ଲୀ ଏମସରେ ବିରଳ ଅପରେସନ । ଜଣେ ୭ ବର୍ଷର ଶିଶୁ ଫୁସଫୁସରୁ ଛୁଞ୍ଚି ବାହାର କରିଛନ୍ତି ଡାକ୍ତରୀ ଟିମ୍ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି । ଏତେ ବଡ ଅପରେସନ ସଫଳ ହୋଇଛି ଗୋଟିଏ ଦେଶୀ ଆଇଡିଆରୁ । ଚୁମ୍ବକ ସାହାଯ୍ୟରେ ପିଲାର ଫୁସଫୁସରୁ ବାହାର କରାଗଲା ଛୁଞ୍ଚି । ପେଡିଆଟ୍ରିକ ସର୍ଜରୀ ପକ୍ଷରୁ ଏହି ବିରଳ ଚିକିତ୍ସା କରାଯାଇଛି । ଆଶ୍ଚର୍ଯ୍ୟଜନକ ଉଦ୍ୟମ ପରେ ଶିଶୁର ଫୁସଫୁସରୁ ବାହାର କରାଯାଇଛି ୪ ସେଣ୍ଟିମିଟରର ଏହି ଛୁଞ୍ଚି । ପିଲାଟିର ବାମ ଫୁସଫୁସରେ ଏକ ସିଲେଇ ମେସିନ ଛୁଞ୍ଚି ଅଟକିଯାଇଥିବାରୁ ତାର ରକ୍ତ କ୍ଷରଣ ହେଉଥିଲା । ରେଡିଓଲୋଜିକାଲ ଯାଞ୍ଚରୁ ଫୁସଫୁସରେ ଛୁଞ୍ଚି ଅଟକିଥିବା ଜଣାପଡିଥିଲା । ବଡ଼କଥା ହେଉଛି ଛୁଞ୍ଚିଟି ଏପରି ଗଭୀରରେ ରହିଥିଲା ଯେ ତାହାକୁ ସାଧାରଣ ଅସ୍ତ୍ରୋପଚାର ଜରିଆରେ ବାହାର କରିବା ସମ୍ଭବ ନଥିଲା । ଶେଷରେ ଚୁମ୍ବକ ଜରିଆରେ ଛୁଞ୍ଚି ବାହାର କରିବା ଲାଗି ନିଷ୍ପତ୍ତି ହୋଇଥିଲା ବୋଲି କହିଛନ୍ତି ଡାକ୍ତର ବିଶେଷ ଜୈନ ।