ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ପୁଣି ଭିଜିଲାନ୍ସ କବଜାରେ ସରକାରୀ ବାବୁ । ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅର୍ଜୁନ ସାହୁ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅର୍ଜୁନ ସାହୁଙ୍କ ସାଲେପୁର କାର୍ଯ୍ୟାଳୟ ସମେତ ୮ ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । କଟକ, କେନ୍ଦ୍ରାପଡା ସହ ଭୁବନେଶ୍ୱରରେ ଥିବା ଘର ଉପରେ ମଧ୍ୟ ଏକାସାଙ୍ଗରେ ରେଡ କରିଛି ଭିଜିଲାନ୍ସ ।  ଭୁବନେଶ୍ୱରରେ ଖଣ୍ଡଗିରି ବିହାରରେ  ତିନି ମହଲା ଘର, କେନ୍ଦ୍ରାପଡା ଡେରାବିସରେ ଥିବା ଦୁଇ ମହଲା ଘର, କେନ୍ଦ୍ରାପଡା ବଳରାମପୁରରେ ଥିବା ଭଡା ଘର, ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ କାର୍ଯ୍ୟଳୟ, କେନ୍ଦ୍ରାପଡା ରାଇପୁରରେ ଥିବା ସମ୍ପକୀୟଙ୍କ ଘର, କେନ୍ଦ୍ରାପଡା ଥିବା ତାଙ୍କର ଦୁଇ ସହଯୋଗୀଙ୍କ ଘରେ ଏକାସାଙ୍ଗରେ ଚଢାଉ କରିଛି ଭିଜିଲାନ୍ସ । ଚଢାଉରେ ୮ ଡିଏସପିଙ୍କ ନେତୃତ୍ବରେ ୮ ଇନ୍ସପେକ୍ଟର, ୭ ଏଏସଆଇ ସାମିଲ ଅଛନ୍ତି