ନବମଶ୍ରେଣୀ ଛାତ୍ରଙ୍କୁ ନିର୍ମମ ହତ୍ୟା !

ଘରେ ପଶି ନାବାଳକଙ୍କୁ ଛୁରାମାଡ଼ କଲେ ଦୁବୃର୍ତ୍ତ !

ଜଘନ୍ୟ ବିଭଶ୍ଚ ଅମାନୁଷିକତାର ନୂଆ କାହାଣୀ । ଘରେ ପଶି ନାବାଳକଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁବୃର୍ତ୍ତ ! ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ । ସୂଚନା ଅନୁସାରେ ଗତକାଲି ଘରେ ଏକ୍‌ ରୁମ୍‌ରେ ଶୁଭମ ଏକା ବସି ପାଠ ପଢ଼ୁଥିଲେ। ଉପର ମହଲାରେ ଶୁଭମଙ୍କ ବାପା ଓ ଭଉଣୀ ଥିବା ବେଳେ ଶୁଭମ୍‌ଙ୍କ ମାଆ ରୋଷେଇ କରୁଥିଲେ। ଠିକ୍‌ ସେହି ସମୟରେ ଶୁଭମ୍‌ଙ୍କ ଚିତ୍କାର ଶବ୍ଦ ଶୁଭିଲା। ସେହି ଶବ୍ଦ ଶୁଣି ମାଆ ଓ ଭଉଣୀ ତଳ ମହଲକୁ ଧାଇଁ ଆସିଥିଲେ। ସେତେବେଳେ ଜଣେ ଯୁବକ ଧାଇଁ ପଳାଇ ଯାଉଥିବା ଉଭୟ ଦେଖିବାକୁ ପାଇଥିଲେ।

ଆଉ ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୁଭମ୍‌ ପଡ଼ିଥିଲା। ତାଙ୍କ ପେଟରେ ଛୁରା ମାଡ଼ ହୋଇଥିବା ବେଳେ ବେକକୁ କଟା ଯାଇଥିଲା। ତୁରନ୍ତ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ପୁଲିସ ୨ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ କିଏ ଓ କାହିଁକି ଶୁଭମ୍‌ଙ୍କୁ ଛୁରାମାଡ଼ କଲା ଏଯାଏଁ ସ୍ପଷ୍ଟ ହୋଇନି ।