ରାଜସ୍ଥାନ ରାଜନୀତିରେ କନଫ୍ୟୁଜନ

ଜଣେ ପ୍ରାର୍ଥୀଙ୍କୁ ଦୁଇ ଦଳ ଦେଇଛି ଟିକେଟ୍

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଚତୁର୍ଥ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଯାହାକୁ ନେଇ ଏବେ ସାରା ଦେଶରେ ଲାଗି ରହିଛି ଚର୍ଚ୍ଚା । କାରଣ ଏହି ତାଲିକାରେ ପ୍ରକାଶିତ ୫୬ ଜଣ ପ୍ରାର୍ଥୀଙ୍କ ନାମ ଭିତରେ ରହିଛି ଜଣେ ବିଆରଏସ୍ ପ୍ରାର୍ଥୀଙ୍କ ନାଁ । ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅନୁସାରେ ଜଣେ ପ୍ରାର୍ଥୀଙ୍କୁ ଦୁଇଟି ଦଳ କଂଗ୍ରେସ ଓ ବିଏସପି ପ୍ରାର୍ଥୀ କରିଛନ୍ତି । ତେବେ ସେ ପ୍ରାର୍ଥୀ ହେଉଛନ୍ତି ଇମ୍ରାନ ଖାଁ । ତାଙ୍କୁ ପ୍ରଥମେ ବିଏସପି ପ୍ରାର୍ଥୀ ଘୋଷଣା କରିଥିଲା, କିନ୍ତୁ ଏବେ କଂଗ୍ରେସ ବି ତାଙ୍କୁ ପ୍ରାର୍ଥୀ କରିଛି । ନାସିରାବାଦରୁ ନୂଆ ଚେହେରା ଶିବପ୍ରକାଶ ଗୁର୍ଜରଙ୍କୁ ପ୍ରାର୍ଥୀ କରାଯାଇଛି । ବିକାନୀର ପୂର୍ବରୁ ଯଶପାଲ ଗେହଲଟ, ପିଲିଭଙ୍ଗାରୁ ବିନୋଦ ଗଠେୱାଲ, ଶ୍ରୀମାଧପୁରରୁ ଦୀପେନ୍ଦ୍ର ସିଂହ ଶେଖାୱତ, ସିୱାନାରୁ ମାନବେନ୍ଦ୍ର ସିଂହ, ରାଣୀୱାଡ଼ାରୁ ରତନ ଦେବାସି ଏବଂ ଖଣ୍ଡେଲାରୁ ମହାଦେବ ସିଂହ ଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ଇମ୍ରାନ୍ ଏବେ କେଉଁ ଦଳରୁ ନିର୍ବାଚନ ଲଢିବେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।