ଗଞ୍ଜାମ ଦିଗପହଣ୍ଡି ବ୍ଲକ ଖେମୁଣ୍ଡି କଲେଜ ନିକଟରେ ଘଟିଥିବା ବସ୍ ଦୁର୍ଘଟଣାକୁ ନେଇ ଆସିଛି ତାଜୁବ କରିଦେବା ପରି ତଥ୍ୟ। ଦୁର୍ଘଟଣାଗ୍ରସ୍ତ ଦୁଇଟି ବସ୍ ମଧ୍ୟରୁ ଘରୋଇ ବସ୍ଟିକୁ ରାତିରେ ଚଳାଚଳ କରିବାକୁ ରାଜ୍ୟ ସଡ଼କ ପରିବହନ ବିଭାଗ ପକ୍ଷରୁ ଅନୁମତି ଦିଆଯାଇନଥିଲା। ସେହିପରି ବସ୍ଟିର ବୀମା ମଧ୍ୟ ନଥିଲା। ଗଞ୍ଜାମ ଜିଲ୍ଲା ସଡ଼କ ପରିବହନ ଅଧିକାରୀ ମାନସ ସାହୁ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ଦୁଇଟି ଯାକ ବସ୍ର ଫିଟନେସ ଥିଲା। ଘରୋଇ ବସ୍ଟିର ଫିଟନେସ ଥିଲା, କିନ୍ତୁ ତାକୁ ରାତିରେ ଚଲାଇବାକୁ ଅନୁମତି ଦିଆଯାଇ ନଥିଲା। ଦିନ ବେଳେ କେବଳ ଅଳ୍ପ ଦୂରତା ମଧ୍ୟରେ ଚଳାଚଳ କରିବାକୁ ଅନୁମତି ଦିଆଯାଇଥିଲା। ସେହିପରି ଏହି ବସ୍ଟିର ଇନ୍ସ୍ୟୁରାନ୍ସ ନଥିଲା। ଏହି ଘରୋଇ ବସ୍ର ମାଲିକ ନିୟମ ଭାଙ୍ଗିଛନ୍ତି। ରାତିରେ ଗାଡ଼ି ଚଲାଇବାକୁ ଅନୁମତି ଦିଆଯାଇ ନଥିଲେ ମଧ୍ୟ ସେ ଚଲାଇଛନ୍ତି। ତାଙ୍କର ଖାମଖିଆଲି ମନୋଭାବ ଯୋଗୁ ଏଭଳି ଏକ ଦୁର୍ଘଟଣା ଘଟିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାରେ ଯେଉଁ ଟେକ୍ନିକାଲ୍ ଓ ଅନ୍ୟାନ୍ୟ ତ୍ରୁଟି ରହିଛି, ତା’ର ତଦନ୍ତ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଓ ବିଭିନ୍ନ ଦିଗକୁ ଯାଞ୍ଚ କରିବା ପରେ ସରକାରଙ୍କୁ ରିପୋର୍ଟ ଦେବେ। ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍କୁ ଫିଟନେସ ସାର୍ଟିଫିକେଟ ମିଳିବା ନେଇ ପ୍ରଶ୍ନ ଉଠିଛି। କାରଣ ବସ୍ଟିର ରେଜିଷ୍ଟ୍ରେସନ ୨୫ ବର୍ଷ ତଳେ ଅର୍ଥାତ୍ ୧୯୯୮ ମସିହା ମାର୍ଚ୍ଚ ୨୬ ତାରିଖରେ ହୋଇଥିଲା। ଏହାର ଫିଟନେସ ଚଳିତ ବର୍ଷ ନଭେମ୍ବର ମାସ ପର୍ଯ୍ୟନ୍ତ ବଳବତ୍ତର ରହିଛି। ବସ୍ଟି ଦଦରା ହୋଇଯାଇଥିଲେ ହେଁ କେମିତି ତାକୁ ଫିଟନେସ ସାର୍ଟିଫିକେଟ ମିଳିଥିଲା, ସେ ନେଇ ପ୍ରଶ୍ନ ଉଠିଛି। ସେପଟେ ବସ୍ ଡ୍ରାଇଭର କେଦାର ପ୍ରଧାନ କହିଛନ୍ତି ବସ୍ ରାତିରେ ଚଲାଇବାକୁ ପରମିସନ ନଥିବା କଥା ସେ ଜାଣିନାହାନ୍ତି ।
Related Posts
ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁ, ଆତ୍ମହତ୍ୟା ନ ହତ୍ୟା
- User 003
- January 12, 2024
- 0
ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାଏରୀ ଡେଟ୍
- User 003
- May 28, 2024
- 0
ନିଜ ଦଳରେ ସୌମ୍ୟଙ୍କ ବିରୋଧୀ ଅନେକ !
- Jajati express Reporter
- September 9, 2023
- 0