ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଗହଳି !
ଆରମ୍ଭ ହୋଇଯାଇଛି ପବିତ୍ର ମହାକାର୍ତ୍ତିକ ବ୍ରତ । କାର୍ତ୍ତିକ ମାସକୁ ଧର୍ମର ମାସ ଭାବେ ମନା ଯାଏ । ଏହି ମାସରେ ଲୋକେ ଧର୍ମ କରିଥାନ୍ତି । କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି ହବିଷ୍ୟାଳି । ଏହି ମାସରେ ଶ୍ରୀମନ୍ଦିରରେ ରହିଛି ସ୍ବତନ୍ତ୍ର ନୀତିକାନ୍ତି । ତେବେ କାର୍ତ୍ତିକ ମାସ ଆରମ୍ଭ ହୋଇଥିବା ବେଳେ ପୁରୀରେ ଜମିଲାଣି ହବିଷ୍ୟାଳିଙ୍କ ଭିଡ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାର୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳିଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିର ଯାଆସ ଓ ମହାପ୍ରଭୁଙ୍କ ରାଇଦାମୋଦର ବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା ହୋଇଛି । ଶ୍ରୀକ୍ଷେତ୍ରରେ ଭିଡ଼ ଜମୁଥିବା ବେଳେ ହଇରାଣ ହେଉଛନ୍ତି ହବିଷ୍ୟାଳି ।
ଶିବିରରୁ ଶିବିର ବୁଲି ନାକେଦମ ହେଉଛନ୍ତି ବିଭିନ୍ନ ସ୍ଥାନରୁ ଆସିଥିବା ହବଷ୍ୟାଳି । ପ୍ରଶାସନ ପକ୍ଷରୁ ମାତ୍ର ୩ ହଜାର ହବିଷ୍ୟାଳିଙ୍କ ପାଇଁ ବନ୍ଦୋବସ୍ତ କରାଯାଇଛି । ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳୀମାନେ ପୁରୀ ଆସିବା ଆରମ୍ଭ ହୋଇଥିବେଳେ ସେମାନଙ୍କ ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ସେବନ, ପୂଜାର୍ଚ୍ଚନା, ଭଜନ କୀର୍ତ୍ତନ, ତୀର୍ଥ ପୁଷ୍କରିଣୀରେ ସ୍ନାନ ନେଇ ବିଶେଷ ଧ୍ୟାନ ଦିଆଯାଇଛି ।