ମହିଳା ଆଇଆଇସିଙ୍କୁ ଆକ୍ରମଣ ଘଟଣା, ଗିରଫ ହେଲା ଅଭିଯୁକ୍ତ !

ସିସିଟିଭିରେ କଏଦ ହୋଇଥିଲା ଆଇଆଇସିଙ୍କୁ ଆକ୍ରମଣର ସଂପୂର୍ଣ୍ଣ ଘଟଣା !

ମହିଳା ଥାନା ଆଇଆଇସିଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା । ଗିରଫ ହେଲା ଅଭିଯୁକ୍ତ ସୁଶାନ୍ତ ଦେଓ। ସୁଶାନ୍ତଙ୍କ ନାମରେ ହତ୍ୟା ଉଦ୍ୟମ ତଥା ସରକାରୀ କାର୍ଯ୍ୟରେ ବାଧା ପରି ସଙ୍ଗୀନ ଦଫାରେ ମାମଲା ରୁଜୁ କରିଛି ମୟୂରଭଞ୍ଜ ପୋଲିସ। ଆଜି ମୟୂରଭଞ୍ଜ ପୋଲିସ ପିଆରଓ ଦଳମଣି ଭୋଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଅଭିଯୁକ୍ତ ସୁଶାନ୍ତ ଦେଓଙ୍କୁ ମନ୍ଦିରରୁ ଚୋରି ଘଟଣାରେ ଆଣି ପଚାର ଉଚୁରା କରିବା ପାଇଁ ଅଟକ ରଖା ଯାଇଥିଲା। ଥାନାରେ ଆଇ ଆଇ ସି କାର୍ଯ୍ୟ କରୁଥିବା ସମୟରେ ଅଭିଯୁକ୍ତ ଏହାର ସୁଯୋଗ ପାଇ ଥାନା ଅଧିକାରୀଣି ମିନା ଭୋଇଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଯାହା ସଂପୂର୍ଣ୍ଣ ଭାବେ କଏଦ ହୋଇଥିଲା ଥାନାରେ ଲାଗିଥିବା ସିସିଟିଭିରେ ।

ଖାଲି ସେତିକି ନୁହେଁ ଅଭିଯୁକ୍ତ ଜଣଙ୍କ ପୁର୍ବରୁ ମଧ୍ୟ ଜଣେ ବ୍ୟକ୍ତି ଙ୍କୁ ଛୁରୀ ରେ ଆକ୍ରମଣ କରି ଜେଲ ଯାଇଥିବା ଜଣା ପଡିଛି। ଏହି ମାମଲାରେ ଗୁରୁତର ଭାବେ ଥାନା ଅଧିକାରୀ ଆହତ ହୋଇଥିବା ବେଳେ ତାଙ୍କୁ ବିଶୋଇ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପୋଲିସ ପକ୍ଷରୁ ଏକ ଅଭିଯୋଗ କ୍ରମେ ଅଭିଯୁକ୍ତକୁ ଗିରଫ କରାଯାଇ ଆଇ ପି ସି ୩୪୧,୩୩୨, ୩୩୩, ୩୨୪ ୩୫୪ ଓ ୩୦୭ ରେ ମାମଲା ରୁଜୁ କରି କୋର୍ଟ ଫରୱାର୍ଡ କରାଯାଇଛି। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।