ଚାନ୍ଦିମେଢରେ ଶୋଭା ପାଉଛନ୍ତି ମା’
ଚାନ୍ଦି ମେଢ଼ରେ ଶୋଭାପାଉଛି ମା ଗଜଲକ୍ଷ୍ମୀଙ୍କ ମଣ୍ଡପ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ୱାର୍ଡନଂ ୯ ରଥସାହି ପୂଜା କମିଟି ପକ୍ଷରୁ ମା ଗଜଲକ୍ଷ୍ମୀ ପିଜା ଅନୁଷ୍ଠିତ ହୋଇଯାଇଛି l ସହରର ଏହି ସର୍ବ ପୂରାତନ ପୂଜାକାମିଟି ଦିର୍ଘ ୪୬ ବର୍ଷ ଧରି ମା’ଙ୍କ ପୁଜାକୁ ଧୂମଧାମରେ ପାଳନ କରିଆସୁଥିବା ବେଳେ ଚଳିତ ବର୍ଷ ଏହି ପୂଜାକମିଟି ପକ୍ଷରୁ ରୁପାର ଚାନ୍ଦି ମେଢ ନିର୍ମାଣ କରାଯାଇଛି l ସାଢେ ଛଅ କେଜିରୁ ଊର୍ଦ୍ଧ୍ଵ ରୁପାରେ ମା’ଙ୍କ ଚାନ୍ଦି କିରଟି,ଚୁଡି, ହାର, ପାଉଁଜି ଆଦି ଅଳଙ୍କାରରେ ସଜିତ କରାଯାଇଥିବା ଦ୍ଖିବାକୁ ମିଳିଛି l ଏହା ସାଙ୍ଗକୁ ରଥ ସାହି ଛକରେ ୩୦ ଫୁଟ ଉଚ୍ଚତାରେ ନୂତନ ଡିଜାଇନର ଆକର୍ଷଣୀୟ ଇଲେକ୍ଟ୍ରିକ ତୋରଣ ନିର୍ମାଣ ସହ ସମଗ୍ର ସାହିକୁ ଆଲୋକରେ ସଜାଯାଇଛି l ଏଭଳି ଚାନ୍ଦିମେଢ ପୁରୁଷୋତ୍ତମପୁର ଅଞ୍ଚଳରେ ପ୍ରଥମ ହୋଇଥିବା ବେଳେ ଏହାକୁ ଦେଖିବା ସହ ମା ଙ୍କ ଆଶିର୍ବାଦ ଭିକ୍ଷାଲାଗି ଭକ୍ତଙ୍କ ଭିଡଜମିବାରେ ଲାଗିଛି l