ବନ୍ୟାରେ ବେହାଲ ଆସାମ

ବନ୍ୟାରେ ବେହାଲ ଆସାମ । ବିନାଶକାରୀ ବନ୍ୟାରେ ୯ ଜିଲ୍ଲାରେ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏବେ ବନ୍ୟା ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି । ଯାହାକି ଲୋକଙ୍କ ପାଇଁ ଆଣିଛି ସାମାନ୍ୟ ଆଶ୍ବସ୍ତି । ବନ୍ୟାକୁ ନେଇ ସରକାର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ତୀବ୍ର କରିଛନ୍ତି । ନ୍ୟାସନାଲ ଡିଜାଷ୍ଟର ରିଲିଫ ଫୋର୍ସ ମୁତୟନ କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ସହ ଆଲୋଚନା କରି ସବୁ ପ୍ରକାରର ସହାୟତା କରିବାକୁ ଆଶ୍ୱାସନା ଦେଇଛନ୍ତି । ଏନଡିଆରଏଫ ଅନେକ କଠିନ ସମସ୍ୟାର ସାମ୍ନା କରି ଏପର୍ଯ୍ୟନ୍ତ ସୁଦ୍ଧା ୧୨୩ରୁ ଅଧିକ ଲୋକ ଏବଂ ଅନେକ ଗାଈଗୋରୁଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଛି । ଉଦ୍ଧାରକାର୍ଯ୍ୟ ସମୟରେ ୧୧ ଜଣଙ୍କ ଜୀବନ ବଞ୍ଚାଯାଇଛି । କେବଳ ଏତିକି ନୁହେଁ ବନ୍ୟାରେ ଫସିଥିବା ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବାରେ ସହଯୋଗ କରିଛନ୍ତି ଏନଡିଆରଏଫ ଟିମ୍  ।