ଚଳନ୍ତା ବସ୍ ରେ ଡ୍ରାଇଭରଙ୍କ ମୃତ୍ୟୁ

ଚଳନ୍ତା ଗାଡିରେ ଡ୍ରାଇଭରଙ୍କ ହାର୍ଟ ଆଟାକ୍, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ହଠାତ୍ ଏମିତି ବି ଆସେ ମୃତ୍ୟୁ । ଚଳନ୍ତା ବସ୍ ରେ ଡ୍ରାଇଭରଙ୍କୁ ଆସିଲା ହାର୍ଟ ଆଟାକ୍। କନ୍ଧମାଳ ପାବୁରିଆ-ଜି ଉଦୟଗିରି ରାସ୍ତାରେ ବସ୍ ଡ୍ରାଇଭରଙ୍କ ହାର୍ଟ ଆଟାକ୍ ଯୋଗୁଁ ମୃତ୍ୟୁ ହୋଇଛି । ଭୁବନେଶ୍ୱର ଆସିବା ବେଳେ ଚଳନ୍ତା ବସ୍ ରେ ହୃଦଘାତ ହୋଇଥିଲା । ଭାରସାମ୍ୟ ହରାଇ ବସ୍ ଟି ଏକ ପୋଲକୁ ପିଟି ହୋଇଯାଇ ରହି ଯାଇଥିଲା। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ,ମେଡ଼ିକାଲରେ ଡ୍ରାଇଭରଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ରହିଛି ।