କାହିଁକି ହୋଇନି ସେବାୟତଙ୍କ ସମ୍ପତ୍ତି ବାଜ୍ୟାପ୍ତି

ଛିଣ୍ଡୁନି କଳି, ଉପାସରେ ମହାପ୍ରଭୁ ଲିଙ୍ଗରାଜ

ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ । ଦୁଇ ଦିନ ଧରି ମହାପ୍ରଭୁଙ୍କ ନୀତି ସୁଚାରୁ ରୂପେ କରାଯାଉନି । ଏନେଇ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଦେବୋତ୍ତର ବିଭାଗ ନିୟମ ଅନୁଯାୟୀ ପାଳିଆ ସେବକମାନେ ନୀତି କରିବେ । ଯଦି ନ କରିବେ ତେବେ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରି ଅନ୍ୟଙ୍କୁ ଦିଆଯିବ । ବୁଧବାର ଠାରୁ ଯେଉଁମାନେ ନୀତି ବନ୍ଦ କରିଛନ୍ତି ସେମାନଙ୍କୁ କାହିଁକି ଆଜି ଯାଏଁ ନୋଟିସ ହୋଇନାହିଁ ବୋଲି ବଡୁ ନିଯୋଗ ସମ୍ପାଦକ ପ୍ରଶ୍ନ କରିଛନ୍ତି । ଗଙ୍ଗୁଆ କୂଳରେ ଯେଉଁ ଲିଙ୍ଗରାଜଙ୍କ ଜମି ଅଛି ସେଥିରୁ ୫ ଏକର ଜମି ୧୮୨ ବଡୁ ନିଯୋଗ ପରିବାରକୁ ଦିଆଯାଇଛି । ଅର୍ବାନ ଏରିଆ ହେଇଥିବାରୁ ସେଥିରେ ଆମେ ଦୋକାନ ଘର ନିର୍ମାଣ କରିଛୁ। ଆଗରୁ ମଧ୍ୟ ଏ ବିବାଦ ରହିଥିଲା, ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବଡୁ ନିଯୋଗ ଘର ତୋଳିବା ନେଇ ନିର୍ଦ୍ଦେଶ ଦେଲେ। ତାକୁ ଆଧାର କରି ଆମେ ଦୋକାନ ଘର କରୁଚୁ। ଏଥିରେ ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗ କାହିଁକି ପୂଜା ନୀତି ବନ୍ଦ କରିଛନ୍ତି ତା ଆମେ ଜାଣିନୁ। ଆମେ ଆମ ଠାକୁର ନୀତି କରୁଚୁ ବୋଲି ବଡୁ ନିଯୋଗ କହିଛି।