ଇନଷ୍ଟାଗ୍ରାମରେ ଭାଇରାଲ ଶ୍ରୀମନ୍ଦିର ଭିତର ଭିଡିଓ

ପୁଣି ଥରେ ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତରର ଭିଡିଓ । ଏଥର ଫେସବୁକ୍ କି ୟୁଟ୍ୟୁବ ନୁହେଁ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି ଶ୍ରୀମନ୍ଦିରର ଭିତରର ଦୃଶ୍ୟ । ରୋହିତ ଜୈଶ୍ବାଲ 1973 ନାମରେ ଥିବା ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ହୋଇଛି ଭିଡିଓ । ରଥଯାତ୍ରା ପରେ ଶ୍ରୀମନ୍ଦିର ଭିତରେ ଏହି ଭିଡିଓ କରାଯାଇଥିବା ଜଣାପଡିଛି । ରୋହିତ ନିଜେ ଭିଡିଓ କରି ଅପଲୋଡ କରିଥିବା ଜଣାପଡ଼ିଛି । ମୋବାଇଲ ନେଇ ଶ୍ରୀମନ୍ଦିର ଭିତରେ ଏପରି ଭିଡ଼ିଓ ଉଠାଇବା ଘଟଣା ଏବେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି । ତେବେ ଏହା ପ୍ରଥମଥର ନୁହେଁ ଯେବେ ଭିଡିଓ ଭାଇରାଲ୍ ହୋଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିର ଭିତରର ଭିଡିଓ ଓ ଫଟୋ ଭାଇରାଲ୍ ହୋଇଛି ।