ଭି.କେ.ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି

କାଲି ଅବସର ଆଜି ପ୍ରମୋସନ

ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଛନ୍ତି ପୂର୍ବତନ 5-T ସଚିବ ଭି.କେ.ପାଣ୍ଡିଆନ । ସୋମବାର ଭି.କେ ପାଣ୍ଡିଆନ ଅବସର ନେଲେ ଆଉ ଆଜି ତାଙ୍କୁ ମିଳିଛି ନୂଆ ନିଯୁକ୍ତି । 5-T ଓ ନବୀନ ଓଡିଶା ଯୋଜନାର ଅଧ୍ୟକ୍ଷ ସହିତ କ୍ୟାବିନେଟ ପାହ୍ୟା ଭାବେ ଭିକେ ପାଣ୍ଡିଆନଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ତେବେ ଅବସର ବେଳେ ସେ 5-T ସଚିବ ଥିଲେ ଆଉ ଏବେ ସେ ସଂପୃକ୍ତ ବିଭାଗର ଚେୟାରମ୍ୟାନ ହେବା ପରେ ତାଙ୍କ ମାର୍ଗଦର୍ଶନରେ 5-T ଓ ନବୀନ ଓଡିଶା ଯୋଜନା ଚାଲିବ । ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ କାମ କରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

ତେବେ ଅକ୍ଟୋବର ୨୦ ତାରିଖରେ ପାଣ୍ଡିଆନ ଭିଆରଏସ ପାଇଁ ଆବେଦନ କରିଥିଲେ । ତାଙ୍କ ଆବେଦନକୁ କେନ୍ଦ୍ର ସରକାରଙ୍କ ସାଧାରଣ ପ୍ରଶାସନ ଓ କାର୍ମିକ ମନ୍ତ୍ରାଳୟ ଗ୍ରହଣ କରିଛନ୍ତି । ଭାରତୀୟ ସାଧାରଣ ପ୍ରଶାସନିକ ସେବା ୧୯୫୮ ନିୟମର ରୁଲ୍ ୧୬(୨-ଏ) ଆଧାରରେ ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।