ଯୁଦ୍ଧର ୧୭ ଦିନ ପରେ ହମାସ ଅଳ୍ପ ନରମ

ମୁକୁଳିବା ପରେ ଆତଙ୍କବାଦୀଙ୍କ ସହ ହାତ ମିଳାଇଲେ ବନ୍ଦୀ ନଗରିକ

ଇସ୍ରାଏଲର ଦୁଇ ଜଣ ବୃଦ୍ଧା ପଣବନ୍ଦୀଙ୍କୁ ମୁକ୍ତ କରିଛନ୍ତି ହମାସ ଆତଙ୍କବାଦୀ । ଯୁଦ୍ଧର ୧୭ ଦିନ ପରେ ହମାସ ଅଳ୍ପ ନରମ ହୋଇପଡିଥିବା ଚର୍ଚ୍ଚା ହେଉଛି । ତେବେ ସ୍ୱାସ୍ଥ୍ୟଗତ କାରଣରୁ ଦୁଇ ଜଣ ମହିଳାଙ୍କୁ ମୁକ୍ତ କରାଯାଇଥିବା ହମାସ ଆତଙ୍କବାଦୀ କହିଛନ୍ତି । ଅନ୍ୟପଟେ ଦୁଇ ବୃଦ୍ଧା ମୁକୁଳିଥିବାରୁ, ପଣବନ୍ଦୀଙ୍କୁ ମୁକ୍ତି ପାଇଁ ମଧ୍ୟସ୍ଥ ଭୂମିକା ତୁଳାଇଥିବା ମିଶର ଓ ରେଡକ୍ରସ ସଂଗଠନକୁ ଧନ୍ୟବାଦ ଦେଇଛି ଇସ୍ରାଏଲ । ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ହାମାସ୍ ଆତଙ୍କବାଦୀମାନେ ଦୁଇ ଜଣ ବୃଦ୍ଧା ବନ୍ଦୀଙ୍କୁ ମୁକ୍ତ କରିଥିଲେ। ଏହି କ୍ରମରେ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଦୁଇଜଣ ବୃଦ୍ଧା ମହିଳା ଆତଙ୍କବାଦୀଙ୍କ କବଳରୁ ମୁକୁଳି ଆସିବା ପରେ ଜଣେ ବୃଦ୍ଧା ପଛକୁ ମୋଡ଼ି ହାମାସ ଆତଙ୍କବାଦୀଙ୍କ ସହିତ ହାତ ମିଳାଉଛନ୍ତି । ତେବେ ବୃଦ୍ଧଙ୍କ ଏଭଳି ମନୋଭାବକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଭାବବିହ୍ବୋଳ ପ୍ରତିକ୍ରିୟା ଦେଇଛନ୍ତି। ବୃଦ୍ଧଙ୍କ ଏଭଳି ସ୍ବଭାବ ଦେଖି ଲୋକେ କହୁଛନ୍ତି, ‘ଧନ୍ୟ ତୁମ ମାନବିକତା’। ତେବେ ଦୁଇ ବୃଦ୍ଧାଙ୍କୁ ମୁକୁଳାଇ ଦେବା ପରେ ହାମାସର ସାମରିକ ଶାଖା ଏକ ବୟାନ ଜାରି କରି କହିଛି, ‘ମାନବୀୟ ଦୃଷ୍ଟିକୋଣରୁ ଏମାନଙ୍କୁ ମୁକ୍ତ କରାଯାଇଛି ।’ ଇସ୍ରାଏଲ୍ ଗତସୋମବାର କହିଥିଲା  ଯେ ଏହାର ୨୨୨ ଜଣ ଲୋକଙ୍କୁ ହାମାସ ଅଟକ ରଖିଛି। ଇସ୍ରାଏଲ ସେନା କହିଛି ଯେ ହାମାସକୁ ନିପାତ କରିବା ପାଇଁ ସେମାନେ ନିରନ୍ତର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଚେତାବନୀ ଦେଇଛନ୍ତି ଯେ ସାଧାରଣ ଜନତାଙ୍କୁ ଅଣଦେଖା କରୁଥିବା ଇସ୍ରାଏଲର କୌଣସି ରଣନୀତି ଓଲଟା ପଡ଼ିପାରେ ।