ପଲ୍ଲୀଠୁ ଦିଲ୍ଲୀ ଚାଲିଛି ଦଶଭୂଜାଙ୍କ ପୂଜାର୍ଚ୍ଚନା

ମହାମାୟାଙ୍କ ମହାଦଶମୀ

ଆଜି ମହାମାୟାଙ୍କ ବିଜୟାଦଶମୀ । ଅସତ୍ୟ ଉପରେ ହେବ ସତ୍ୟର ଜୟ । ଏଥିପାଇଁ ସମସ୍ତ ପୂଜା ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମାଆଙ୍କ ପୂଜାପାଠ । ଲୋକେ ମାଆଙ୍କ ଦର୍ଶନ କରିବା ପାଇଁ ମଣ୍ଡପରେ ସକାଳୁ ସକାଳୁ ଭିଡ ଜମାଇଲେଣି । କଟକରେ ସୁନା-ରୁପାରେ ଝଟକୁଛନ୍ତି ମାଆ । ଭୁବନେଶ୍ୱର ମଣ୍ଡପ ଗୁଡିକରେ ସୁଉଚ୍ଚ ତୋରଣ ଓ ସୁନ୍ଦର ଆଲୋକମାଳ, ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି । ମଣ୍ଡପରେ ମାଆ ଜଗତଜନନୀଙ୍କୁ ଦେଖିବାକୁ ପ୍ରବଳ ଭିଡ ଦେଖିବାକୁ ମିଳିଛି । କେଉଁଠି ମାଆଙ୍କ ମୃଣ୍ମୟ ମୂର୍ତ୍ତୀ ଦେଖିବାକୁ ଲୋକଙ୍କ ଭିଡ ହେଉଛି ତ କେଉଁଠି ସୁନ୍ଦର ଆଲୋକମାଳା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ବେଶ ଉତ୍ସାହର ସହ ପାଳନ କରାଯାଉଛି ଦୁର୍ଗାପୂଜା । ଲୋକେ ମାଆଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି । ଆଜି ବିଜୟାଦଶମୀ ପରେ ଧରାପୃଷ୍ଠରୁ ମାଆ ନେବେ ମେଲାଣି । ସେପଟେ ବିଭିନ୍ନ ଦେବୀ ପୀଠରେ ମାଆ ରୀତିନୀତି ଅନୁସାରେ ପୂଜା ପାଉଛନ୍ତି । ଷୋଡଶଉପଚାରର ଶେଷ ଦିନରେ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ବେଶ କରାଯାଉଛି ।