ଆଜି ହାଇଭୋଲଟେଜ୍ ମ୍ଯାଚ

ଆମ୍ନାସାମ୍ନି ହେବେ ଭାରତ ଓ ନ୍ୟୁଜିଲାଣ୍ଡ

ଆଉ କିଛି ସମୟ ପରେ ଆରମ୍ଭ ହେବ ଆଜିର ହାଇଭୋଲଟେଜ୍ ମ୍ଯାଚ । ଆଜିର ବିଶ୍ଵକପ ମ୍ଯାଚରେ ପରସ୍ପରକୁ ଟକ୍କର ଦେବେ ଭାରତ ଓ ନ୍ୟୁଜିଲାଣ୍ଡ । ଉଭୟ ଦଳ ନିଜ ନିଜର ସମସ୍ତ ୪ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଉଭୟ ଦଳ ଟପ୍ ଫର୍ମରେ ଅଛନ୍ତି । ଉଭୟ ୯ ଥର ମୁହାଁମୁହିଁ ହୋଇଥଇବା ବେଳେ ୫ ଥର ନୃୁଜିଲାଣ୍ଡ ବାଜି ମାରିଛି । ଭାରତ ମାତ୍ର ୩ ଥର ଥିବା ବେଳେ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା । ଶେଷ ଥର ୨୦୧୯ ବିଶ୍ବକପ୍ ସେମି ଫାଇନାଲରେ ଭାରତକୁ ହରାଇ ବାହାରର ବାଟ ଦେଖାଇଥିଲା ନ୍ୟୁଜିଲାଣ୍ଡ । ଚଳିତ ବିଶ୍ବକପରେ ଉଭୟ ଦଳ ଅପରାଜିତ ରହିଛନ୍ତି । ଏଯାଏଁ କେହି ବି ଗୋଟିଏ ବି ମ୍ୟାଚ ହାରିନାହାନ୍ତି । ଉଭୟ ଦଳର ପ୍ରଦର୍ଶନ ବେଶ ଦମଦାର ଥିବା ବେଳେ ଆଜିର ମ୍ୟାଚ ବେଶ ରୋମାଞ୍ଚକ ହେବାକୁ ଯାଉଛି ।

ଭାରତୀୟ ଟିମରେ ବ୍ୟାଟିଂରେ ସେପରି କୌଣସି ପରିବର୍ତନ ହୋଇନପାରେ । କିନ୍ତୁ ଅଲରାଣ୍ଡର ହାର୍ଦିକ ପାଣ୍ଡ୍ୟା ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଅବା ଇସାନ କିଶାନଙ୍କୁ ସୁଯୋଗ ମିଳିପାରେ । ସୁର୍ଯ୍ୟକୁମାର ଖେଳିବା ନେଇ ପୂର୍ବରୂ ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ସୂଚନା ଦେଇସାରିଛନ୍ତି । ବୋଲିଂରେ ଆଜି ମହମ୍ମଦ ସାମିଙ୍କୁ ସୁଯୋଗ ମିଳିପାରେ । ନ୍ୟୁଜିଲ୍ୟାଣ୍ଡ ପାଖରେ ଡେଭନ କନୱେ, ରାଚିନ ରବୀନ୍ଦ୍ର, ୱିଲ ୟଙ୍ଗ୍, ଡାରେଲ ମିଚେଲ ଭଳି ବ୍ୟାଟିଂ ଲାଇନଅପ ରହିଥିବା ବେଳେ ଭାରତ ପାଖରେ ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି, ଲୋକେଶ ରାହୁଲଙ୍କ ଭଳି ବ୍ୟାଟର ଅଛନ୍ତି । ତେବେ ଆଜିର ମ୍ଯାଚକୁ ସମସ୍ତେ ବେସ ଉତ୍କଣ୍ଠାର ସହ ଚାହିଁ ରହିଥିବା ଦେଖିବାକୁ ମିଳିଛି ।