ଫାଇନ ଗଣିଲେ ହିଟ୍ ମ୍ୟାନ୍

ଅଧିକ ସ୍ପିଡ୍ ରେ ଗାଡ଼ି ଚଳାଇ ଫାଇନ୍ ଦେଲେ ରୋହିତ

ପଡିଆରେ ତାଙ୍କ ବ୍ୟାଟ୍ କଥା କୁହେ । ଆଉ ରାସ୍ତାରେ ତାଙ୍କ ଗାଡ଼ି ମାନେନି ବୋଲ । ମୁମ୍ବାଇ-ପୁନେ ଏକ୍ସପ୍ରେସ ୱେରେ କାର୍ ଚଳାଇ କ୍ରିକେଟର ରୋହିତ ଶର୍ମା ସ୍ପିଡରେ ମାରିଲେ ଡବଲ ସେଞ୍ଚୁରି । ବ୍ୟାଟିଂରେ ବିରୋଧୀ ଶିବିରରେ ଭୂକମ୍ପ ମଚାଉଥିବା ରୋହିତଙ୍କ ଅନ୍ୟ ଏକ ଅବତାର ଦେଖିବାକୁ ମିଳିଛି । ରୋହିତ ଶର୍ମାଙ୍କ ସ୍ପିଡ ଡ୍ରାଇଭିଂ ପ୍ରଶଂସକଙ୍କ ଛାତି ଥରାଇ ଦେବ । ପାକିସ୍ତାନ ସହ ମ୍ୟାଚ ପରେ ଅହମଦାବାଦରୁ ମୁମ୍ବାଇ ଯାଇ ପରିବାର ସହ ଦୁଇ ଦିନ ବିତାଇବା ପରେ ମଙ୍ଗଳବାର ଖେଳାଳିଙ୍କ ସହ ଯୋଗଦେବାକୁ ପୁନେ ବାହାରିଥିଲେ ରୋହିତ । ନିଜ ସ୍ପୋର୍ଟସ କାର ଲାମ୍ବୋରଗିନିର ପଛ ସିଟରେ ଡ୍ରାଇଭରକୁ ବସାଇ ଦେଇ ନିଜେ ଡ୍ରାଇଭ କରିଥିଲେ ରୋହିତ । ଶୂନଶାନ ରାସ୍ତାରେ କାରକୁ ଖୁବ ସ୍ପିଡରେ ଦୌଡାଇଥିଲେ ରୋହିତ। ୨ଶହରୁ ଅଧିକ ସ୍ପିଡରେ ଦୌଡିଥିଲା ହାଇ ସ୍ପିଡ କାର ଲମ୍ବୋରଗିନି। ଏପରିକି କିଛି କିଛି ପଏଣ୍ଟରେ କାରର ସ୍ପିଡୋମିଟର ୨୧୫ କିଲୋମିଟର ଟାର୍ଗେଟକୁ ଛୁଇଁଥିଲା । ହେଲେ ଟ୍ରାକ କ୍ୟାମେରା ଏହାକୁ ଛାଡିନଥିଲା  । ହାଇ ସ୍ପିଡରେ ଯାଇ ଧରାପଡିଛନ୍ତି ରୋହିତ ଶର୍ମା । ଆଉ ପାଇଛନ୍ତି  ତିନି ତିନିଟି ଅନଲାଇନ ଚାଲାଣ । ରୋହିତଙ୍କ ଏପରି ସ୍ପିଡ ଡ୍ରାଇଭକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଟ୍ରାଫିକ ପୋଲିସ କର୍ତ୍ତୃପକ୍ଷ । ଏତେ ସ୍ପିଡରେ ପୁନେ ଯିବା ବଦଳରେ ଟିମ୍ ବସରେ ଯାଇଥିଲେ ଭଲ ହୋଇଥାନ୍ତା ବୋଲି ସେମାନେ କହିଛନ୍ତି । ରୋହିତ ଖୁବ ସ୍ପିଡରେ କାର୍ ଚଳାନ୍ତି ବୋଲି ଜଣାଶୁଣା । ହେଲେ ଏତେ ସ୍ପିଡରେ କାର୍ ଚଳାଇବା ଆଦୌ ଭଲ କଥା ନୁହେଁ ବୋଲି ସେମାନେ ସତର୍କ କରିଦେଇଛନ୍ତି  । ଏଇଠି ଦୁଇଟି ଉଦାହରଣ ଦେଉଛୁ । ସ୍ପିଡ ଡ୍ରାଇଭିଂ କେତେ ଖତରନାକ ।