ପ୍ରଦୂଷିତ ହେଉଛି ଭୁବନେଶ୍ୱର ବାୟୁମଣ୍ଡଳ

ଦିଲ୍ଲୀ ପରେ ଏବେ ବିଷ ହେଲାଣି ଭୁବନେଶ୍ବର ପବନ

ପ୍ରଦୂଷିତ ହେଉଛି ଭୁବନେଶ୍ୱର ବାୟୁମଣ୍ଡଳ । ବାୟୁ ଦୂଷିତ ହେବା ଯୋଗୁଁ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି ପରିବେଶ । ଭୁବନେଶ୍ୱରବାସୀ ଯେତିକି ଅମ୍ଳଜାନ ନେଉ ନାହାନ୍ତି, ତା’ଠାରୁ ଅଧିକ ସଲଫର ଡାଇଅକସାଇଡ୍, ନାଇଟ୍ରୋଜେନ୍ ଡାଇଅକସାଇଡ୍, କାର୍ବନ ମନୋକ୍ସାଇଡ୍ ଏବଂ ଦୂଷିତ ଧୂଳିକଣା ନେଉଛନ୍ତି । ଯାହା କମ୍ ଦିନରେ ହୃଦରୋଗ, ଶ୍ୱାସକ୍ରିୟାଜନିତ ରୋଗ, ଯକ୍ଷ୍ମା ଭଳି ରୋଗ ସୃଷ୍ଟି କରିପାରେ । ବାୟୁ ପ୍ରଦୂଷଣ ଯୋଗୁଁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ବାୟୁମଣ୍ଡଳରେ ଧୂଳିକଣା ଜମି ରହିବା ସହ ପ୍ରଦୂଷଣ ଯୋଗୁଁ ରାତିରେ କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି । ଦୂଷିତ ବାୟୁ ଯୋଗୁଁ ଥଣ୍ଡା, କାଶ ଓ ଛିଙ୍କ ଭଳି ରୋଗ ବ୍ୟାପୁଛି । ସାଧାରଣ ବାୟୁର ଗୁଣବତ୍ତା ସୂଚକାଙ୍କ ୫୦ କିମ୍ବା ଏହାଠାରୁ ତଳକୁ ରହିଲେ, ଭଲ ବୋଲି ତଥ୍ୟ ରହିଛି । ସେହିପରି ସୂଚକାଙ୍କ ୫୦ରୁ ୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ । ୧୦୧ରୁ ୨୦୦ ମଧ୍ୟରେ ରହିଲେ ମଧ୍ୟମ ଧରଣର । ୨୦୧ରୁ ୩୦୦ ଭିତରେ ରହିଲେ ସାଂଘାତିକ । ୩୦୧ରୁ ୪୦୦ ମଧ୍ୟରେ ରହିଲେ, ଅତି ସାଂଘାତିକ ବୋଲି ଧରାଯାଏ । ଭୁବନେଶ୍ୱରରେ ଏହି ସୂଚକାଙ୍କ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ।