ହାଇକୋର୍ଟରେ ପହଞ୍ଚିଲା ବର୍ଷା-ଅନୁଭବ ଘରୋଇ କଳି !

ବର୍ଷା ପ୍ରିୟଦର୍ଶନୀଙ୍କୁ ହାଇକୋର୍ଟଙ୍କ ନୋଟିସ !

ଏବେ ହାଇକୋର୍ଟକୁ ଗଲା ବର୍ଷା-ଅନୁଭବ ଘରୋଇ କଳି । ତଳକୋର୍ଟରେ ନିରାଶ ହେବା ପରେ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ଅନୁଭବ ମହାନ୍ତି । ଆଉ ହାଇକୋର୍ଟ ମଧ୍ୟ ଅନୁଭବଙ୍କ କଥାକୁ ବିଚାରକୁ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କରିଛନ୍ତି ନୋଟିସ୍ । ଅନୁଭବ ମହାନ୍ତିଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । ତଳ କୋର୍ଟର ରେକର୍ଡ ଦାଖଲ କରିବା ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଫ୍ୟାମିଲି କୋର୍ଟ ବିବାହ ବିଚ୍ଛେଦ ମାମଲା ଖାରଜ କରିବା ପରେ ହାଇକୋର୍ଟ ଯାଇଥିଲେ ଅନୁଭବ । ଫ୍ୟାମିଲ କୋର୍ଟ ଅନୁଭବଙ୍କ ଆବେଦନକୁ ଖାରଜ କରିବା ପରେ ସୋସିଆଲ ମିଡିଆରେ ପୁଣି ଭିଡିଓ ଛାଡି ଛାଡପତ୍ର ସ୍ୱୀକାର କରିବାକୁ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଅନୁରୋଧ କରିଥିଲେ ।

ଗତ ୧୦ତାରିଖରେ ଏକ ନୂଆ ଭିଡିଓ ଛାଡି ଅନୁଭବ କହିଥିଲେ ବାପାଙ୍କ ଦେହ ବହୁତ ଅସୁସ୍ଥ ଅଛି, ଯାହା ପାଇଁ ରାତିରେ କେହି ଶୋଇପାରୁନାହାଁନ୍ତି । ତେଣୁ ତାଙ୍କ ପରିବାରର କାହା ଜୀବନ ସହ ଖେଳନ୍ତୁ ନାହିଁ ବୋଲି କହିଥିଲେ । ପୂର୍ବରୁ ବିଚ୍ଛେଦ ପରେ ବନ୍ଧୁ ହୋଇ ରହିବା ପାଇଁ ବର୍ଷାଙ୍କ ପାଇଁ ଟ୍ୱିଟ କରିଥିଲେ ଅନୁଭବ । ହେଲେ ସବୁଠୁ ଫେଲ ମାରିବା ପରେ ଏବେ ହାଇକୋର୍ଟରେ ଦୁଖ ଜଣାଇଛନ୍ତି ଅନୁଭବ । ଦେଖିବାକୁ ବାକି ରହିଲା ଆଗକୁ ବର୍ଷା-ଅନୁଭବ ଘରୋଇ କଳିରେ ପୂର୍ଣ୍ଣଚ୍ଛେଦ ପଡିବ କି ନାହିଁ ?