ଅମଳ ସମୟରେ ଦାଉ ସାଧୁଛି ଚକଡା !
ପୁଣି ଚାଷୀଙ୍କ ପାଇଁ ଦାଉ ସାଧୁଛି ଚକଡା ପୋକ । ଅମଳ ସମୟରେ ଏହି ପୋକ ଚାଷୀଙ୍କ ନିଦ ହଜାଇ ଦେଇଛି । ସବୁ ପ୍ରତିଷେଧକ ସତେ ଯେମିତି ଫେଲ ମାରିଛି । ଗୋଟିଏ କ୍ଷେତରୁ ଆଉ ଗୋଟିଏ କ୍ଷେତକୁ ମାଡିଚାଲିଛି ପୋକ। ସମ୍ପୂର୍ଣ୍ଣ ଧାନ ଗଛ ନଷ୍ଟ ହେବାକୁ ବସିଥିବା ବେଳେ, ଚାଷୀଙ୍କ ପାଇଁ କାଳ ସାଜିଛି ଏହି ପୋକ । ତେବେ କେନ୍ଦୁଝର, ବାଲେଶ୍ବର ଓ ଗଞ୍ଜାମ ପରି ୪ରୁ ୫ଟି ଜିଲ୍ଲାରେ ଏହି ଚକଡା ପୋକ ଚାଷୀଙ୍କୁ ନାକେଦମ କରିସାରିଲେଣି । ଖବର ପାଇ କୃଷି ବିଭାଗର ସମ୍ପ୍ରସାରଣ ଟିମ ଘଟଣାସ୍ଥଳକୁ ଯାଇ ଫୋଟୋ ଉଠାଇ ଏହି ଇପେଷ୍ଟ ସର୍ଭେଲାନ୍ସ ପୋର୍ଟାଲରେ ଅପଲୋଡ଼ କରୁଛନ୍ତି । ଏହାପରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପ୍ରତିଦିନ ମନିଟରିଂ କରୁଛନ୍ତି । ଏମିତିକି ପୋକକୁ ଦମନ ପାଇଁ ଚାଷୀଙ୍କୁ ଔଷଧ ଦିଆଯାଉଛି । ପୋକ ନିୟନ୍ତ୍ରଣରେ ଥିବା କୃଷି ବିଭାଗ କହୁଥିବା ବେଳେ ପୋକ ଦେଖି ଚାଷୀ ଆଖିରୁ ଲୁହ ସୁଖୁନି ।