ଯାଜପୁର ମୋବାଇଲ ସ୍କ୍ବାର୍ଡକୁ ସଫଳତା, ୬୩ କେଜି ଗଞ୍ଜେଇ ଜବତ

ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ପୋଲିସ

ପୁଣି ମୋବାଇଲ ସ୍କ୍ବାର୍ଡକୁ ବଡ ସଫଳତା । ଜବତ ହେଲା ୬୩ କେଜିରୁ ଊର୍ଦ୍ଧ୍ଵ ଗଞ୍ଜେଇ । ଯାଜପୁର ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ମାନତିରା ଗାଁରେ ଚଢ଼ାଉ,ଗୋଟେ କାର ସହିତ 63କେଜି ଗଞ୍ଜେଇ ଜବତ,ଜଣେ ଗିରଫ । ସୂଚନା ଅନୁସାରେ ଗଞ୍ଜେଇ ଚୋରାଚାଲାଣ ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ଥିଲା ଅବକାରୀ ଟିମ୍ । ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଧେଶ କ୍ରମେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଇନସିପେକ୍ଟର ସମୀର କୁମାର ମହାନ୍ତି ମାନତିରା ଗାଁରେ ଚଢ଼ାଉ କରିଥିଲେ । ଏହି ସମୟରେ ଜଣେ ଯୁବକ କାର ଗାଡ଼ିରେ ଗଞ୍ଜେଇ ବିକିବାକୁ ଆଣୁଥିବା ବେଳେ ପୋଲିସ କବ୍ଜାରେ ପାଇଯାଇଥିଲା ।

ତେବେ ଏହି ଗିରଫ ବ୍ୟକ୍ତି ଜଣଙ୍କ ମାନତିରା ଗାଁର ସୌଭାଗ୍ୟ ଘଡେଇ ହୋଇଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଅଭିଯୁକ୍ତକୁ ଗିରଫ କରିବା ପରେ କେଶ ନମ୍ବର 146/23ରେ ଗୋଟିଏ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଅଭିଯୁକ୍ତ ନିକଟରୁ 63 କେଜି ଗଞ୍ଜେଇ ସହିତ ଏକ କାର ଗାଡି ଜବତ ହେଇଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ଏସଆଇ,ଶ୍ରୀକାନ୍ତ ପଣ୍ଡା,କ୍ଷୀରୋଦ କୁମାର ସାହୁ,ଶୁଭସ୍ମିତା ପ୍ରଧାନ ଓ କର୍ମଚାରୀ ମାନେ ସାମିଲ ଥିବା ସୂଚନା ରହିଛି ।