ଆଜିଠୁ ଖୋଲିଲା ଶିମିଳିପାଳ

ପ୍ରଥମ ଦିନରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ !

ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ସକାଳ ୬ଟାରୁ ଶିମିଳିପାଳ ଖୋଲିଥିବା ବେଳେ ପର୍ଯ୍ୟଟକଙ୍କ ଭିଡ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଶିମିଳିପାଳର ଆୟତନ ୨୭ଶହ ୫୦ ବର୍ଗ କିମି ହୋଇଥିବା ବେଳେ,ଏହି ଜାତୀୟ ଉଦ୍ୟାନରେ ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ, ୨୩୧ ପ୍ରଜାତିର ପକ୍ଷୀ ଓ ୨୯ ପ୍ରଜାତିର ସରୀସୃପଦେଖିବାକୁ ମିଳନ୍ତି। ଅଭୟାରଣ୍ୟରେ ଥିବା ସୁଉଚ୍ଚ ପର୍ବତମାଳା ଓ ଝରଣାର ମନୋରମ ପରିବେଶ ପର୍ଯ୍ୟଟକଙ୍କୁ ବେଶ ଆମୋଦିତ କରିଥାଏ। ପିଠବଟା ଗେଟ ନିକଟରୁ ଶିମିଳିପାଳ ଅଭୟାରଣ୍ୟ ସ୍ଥିତ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ପର୍ଯ୍ୟଟକଙ୍କୁ ସ୍ବାଗତ କରିଥିଲେ ।

ସେହିପରି ଯଶିପୁର ପଟରୁ ମଧ୍ୟ ଅଭୟାରଣ୍ୟର ଅନ୍ୟ ଏକ ଗେଟ ଖୋଲାଯାଇଛି । ଚଳିତ ବର୍ଷ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବାର ଆଶା ରଖିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ଶିମିଳିପାଳ ଅଭୟାରଣ୍ୟ ଖୋଲିବାର ପ୍ରଥମ ଦିନରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଛି । ଅଭୟାରଣ୍ୟକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ଶିମିଳିପାଳ ପ୍ରକୃତିର ଗନ୍ତଘର ହୋଇଥିବା ବେଳେ ଏହାକୁ ଉପଭୋଗ କରିବା ପାଇଁ ଏବେ ଦର୍ଶକଙ୍କ ଭିଡ ଛୁଟୁଛି ।