କିଏ ଜିତିବ ଆଜିର ମ୍ୟାଚ୍, ଭାରତ ନା ପାକିସ୍ତାନ ?

ଆରମ୍ଭ ହେଲା କାଉଣ୍ଟ ଡାଉନ, କିଛି ସମୟ ପରେ ଭାରତ-ପାକିସ୍ତାନ ମ୍ୟାଚ୍

ଆଜି ଭାରତ ପାକିସ୍ତାନ ମଧ୍ୟରେ ହେବେ କଡା ଟକ୍କର । ଗୁଜରାଟର ଅହମ୍ମଦାବାଦ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଅନୁଷ୍ଟିତ ହେବ। ବହୁ ପ୍ରତିକ୍ଷୀତ ଭାରତ ଓ ପାକିସ୍ତାନ ମ୍ଯାଚକୁ ବେସ ଚାତକ ପରି ଚାହିଁ ରହିଛନ୍ତି ଦର୍ଶକ । ଅପରାହ୍ନ ୨ଟାରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପରସ୍ପରକୁ ଭେଟିବେ, ଏହାକୁ ନେଇ କ୍ରୀଡାପ୍ରେମୀଙ୍କ ମନରେ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । କିଏ ଜିତିବ, କିଏ ହାରିବ ସେନେଇ ଏବଥୁ ଆରମ୍ଭ ହେଲାଣି ମାନସମନ୍ଥନ । ଉଭୟ ଟିମ୍‌ ଦୁଇଟି ଲେଖାଏଁ ମ୍ୟାଚ ଖେଳି ବିଜୟ ହାସଲ କରିଛନ୍ତି । ଭଲ ରନ ରେଟ୍‌ ସହ ୪ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି ଉଭୟ ଟିମ୍‌ । ଆଜିର ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି, କେଏଲ ରାହୁଲ ଓ ରୋହିତ ଶର୍ମା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

ବିଶ୍ବକପର ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଭଲ ପ୍ରଦର୍ଶନ କରିନଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଶତକ ମାରିବା ସହ ଅନେକ ରେକର୍ଡ ସୃଷ୍ଟି କରିଥିଲେ ରୋହିତ ଶର୍ମା । ପାକିସ୍ତାନ ମଧ୍ୟ ବିଶ୍ବକପର ଦୁଇଟି ମ୍ୟାଚ ଖେଳି ବିଜୟୀ ହୋଇଥିବା ବେଳେ ଦଳର ଆତ୍ମବିଶ୍ବାସ ଭଲ ରହିଛି । ତେବେ ପୁରୁଷ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ୧୯୯୨, ୧୯୯୬, ୧୯୯୯, ୨୦୦୩, ୨୦୧୧, ୨୦୧୫ ଓ ୨୦୧୯, ଏହିଭଳି ଭାବେ ୭ ଥର ମୁହାଁମୁହିଁ ହୋଇଛନ୍ତି । ପ୍ରତିଥର କିନ୍ତୁ ଭାରତ ବିଜୟୀ ହୋଇଛି । ଦେଖିବାକୁ ବାକି ରହିଲା ଏହି ସିରିଜ ପୂର୍ବଭଳି ଭାରତ ବଜାୟ ରଖୁଛି ନ ନହିଁ >