ଛେଳି ଚୋରି ପାଇଁ ନିସ୍ତୁକ ମାଡ଼ ଖାଇଲେ ଦୁଇ ଯୁବକ !
ଛେଳି ଚୋରି କରି ହଟହଟା ହେଲେ ଦୁଇ ଯୁବକ । ଛେଳି ଚୋରି ପାଇଁ ବସିଲା କଙ୍ଗାରୁ କୋର୍ଟ । ଆଉ କଙ୍ଗାରୁକୋର୍ଟରେ ମାଡ ଖାଇଲେ ଦୁଇ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ସାହାରଯୋଡି ଗାଁରେ । ସୂଚନା ଅନୁସାରେ ପଶ୍ଚିମବଙ୍ଗ ବେଲଦା ଅଞ୍ଚଳର ଦୁଇ ଯୁବକ ସାକିଲ ଖାଁ ଜୁମାନ ଖାଁ ଖୁରୁଣ୍ଟିଆ ଛକରୁ ଏକ ବାଇକରେ ଛେଳିକୁ ଧରି ଫେରାର ହେଉଥିଲେ । ହେଲେ ଗାଁର ଜଣେ ଯୁବକ ଦେଖି ସନ୍ଦେହ କରି ପିଛା କରିଥିଲେ ।
ସାହାରଯୋଡି ଗାଁ ନିକଟରେ ଦୁଇ ଯୁବକଙ୍କୁ ଅଟକାଇ ପଚରାଉଚରା କରିବା ପରେ ଛେଳି ଚୋରି କରିଥିବା ଜଣାପଡିଥିଲା । ଏହା ପରେ ବସିଥିଲା କଙ୍ଗାରୁ କୋର୍ଟ । ଉତ୍ୟକ୍ତ ଗ୍ରାମବାସୀ ଦୁଇ ଯୁବକଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ଖବର ପାଇ ମୋରଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ୨ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ । ତେବେ ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଥିବା ଦେଖିବାକୁ ମିଳିଛି ।