ଅକ୍ଟୋବରରେ ଅସମ୍ଭାଳ ତାତି !

୫ଦିନ ଯାଏଁ ତାତିରୁ ନିସ୍ତାର ନାହିଁ !

ଅକ୍ଟୋବରରେ ଅସମ୍ଭାଳ ତାତି । ସ୍ୱାଭାବିକ ଠାରୁ ୨ରୁ ୩ଡିଗ୍ରୀ ଅଧିକ ରହୁଛି ତାପମାତ୍ରା । ଆଗାମୀ ୫ଦିନ ପର୍ଯ୍ୟନ୍ତ ତାପାମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ପାଗ ଶୁଖିଲା ରହିବ ଓ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ଅର୍ଥାତ ୧୬ ତାରିଖ ଯାଏଁ ଗୁଳୁଗୁଳି ଓ ଗରମରୁ ତ୍ରାହି ନାହିଁ ।

ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି । ଗତକାଲି ସର୍ବାଧିକ ତାପମାତ୍ରା ଚାନ୍ଦବାଲିରେ ରେକର୍ଡ ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ବି ତାତି ଜାରି ରହିଛି । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ । ବାୟୁମଣ୍ଡଳରୁ ଜଳୀୟବାଷ୍ପର ପରିମାଣ ମଧ୍ୟ କମିଛି । ଫଳରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିଛି । ଏବେ ଏତେ ଗରମ ସଭିଙ୍କୁ ବେସ ଅସମ୍ଭାଳ କଲାଣି ।