ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆଜି ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ପାଇଁ ବିପଦ ଆଣିପାରେ ବର୍ଷା । ଆଜି ସକାଳଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ତିନି ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ପରିମାଣର ବର୍ଷା ହୋଇପାରେ । ଆଜି ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ଝାରସୁୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧରେ ତଳିଆ ଅଂଚଳରେ ଜଳବନ୍ଦୀ ପରି ସମସ୍ୟା ଉପୁଜିପାରେ । ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅଧିକ ଦୂରତା ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେବ ନାହିଁ । ସହରାଂଚଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବ । ବିପଦସଙ୍କୁଳ ଅବସ୍ଥାରେ ଥିବା ମାଟି ଘର ଭୁଶୁଡ଼ିପଡ଼ିବା ଆଶଙ୍କା ମଧ୍ୟ ରହିଛି ।
Related Posts
ଇସ୍ତଫା ଦେଇ ବିଜେଡି ଉପରେ ବର୍ଷିଲେ ସୁଜିତ୍
- User 003
- September 6, 2024
- 0
ସିଦ୍ଧାର୍ଥ ରାଉତରାୟଙ୍କ ବଡ଼ ଘୋଷଣା
- User 003
- March 30, 2024
- 0
ଭୋଟ ଦେବ ଜାମ୍ମୁ-କାଶ୍ମୀର
- User 003
- September 18, 2024
- 0