ମା’ କଟକ ଚଣ୍ଡୀଙ୍କ ଦର୍ଶନ କଲେ ସାଂସଦ ଅପରାଜିତା

କଟକ ଗସ୍ତରେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ମା’ କଟକ ଚଣ୍ଡୀଙ୍କ ଦର୍ଶନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାଂସଦ ଅପରାଜିତା ଷଡ଼ଙ୍ଗୀ କଟକ ଆସି ସର୍ବ ପ୍ରଥମେ ସେ ମା କଟକ ଚଣ୍ଡୀ ଙ୍କୁ ଦର୍ଶନ କରି ସେଠାରେ ପୂଜା ଅର୍ଚ୍ଚନା କରିଥିଲେ। କଟକ ଚଣ୍ଡୀ ମନ୍ଦିର ପକ୍ଷରୁ ପୂଜକ ମନୋଜ ପଣ୍ଡା ଏବଂ ଅନ୍ୟାନ୍ୟ ମାନେ ତାଙ୍କୁ ସ୍ବାଗତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ପରେ ପରେ ସେ ତେଲୁଗୁ ସମ୍ପ୍ରଦାୟର ପ୍ରସିଦ୍ଧ ଶୋଳ ପୁଅ ମା ଠାକୁରାଣୀଙ୍କୁ ଦର୍ଶନ କରିଥିବା ଦେଖିବାକୁ ମିଳିଛି । ପ୍ରଥମେ ସେ ଦିୱାନ୍ ବଜାର, ପଟ୍ଟା ପୋଲ, ତନ୍ତୀ ସାହି, ମୋଚି ସାହି, ବାଉଁଶ ଗଳି ପ୍ରମୁଖ ଶୋଳ ପୁଅ ମା ଠାକୁରାଣୀ ମନ୍ଦିର ଦର୍ଶନ କରିଥିଲେ।

ଏଥି ସହିତ ସେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସହିତ ସାକ୍ଷାତ କରି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏହି କାର୍ଯ୍ୟ କ୍ରମରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ନୟନ କିଶୋର ମହାନ୍ତି,ଗଗନ ଓଝା, ପ୍ରମୁଖ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସହିତ ବିଭିନ୍ନ ତେଲୁଗୁ ସାହି ପରିଦର୍ଶନ କରିଥିଲେ। ତେବେ ଦିୱାନ ବଜାର ଶୋଳ ପୁଅ ମା ଠାକୁରାଣୀ ଙ୍କୁ ଦର୍ଶନ କରିବା ପରେ ପୂଜା କମିଟି ପକ୍ଷରୁ ସାଂସଦ କୁ ସମ୍ବର୍ଦ୍ଧିତ କରାଯାଇଥିଲା ।