ବିଜେଡିରେ ମିଶିଲେ ୭୦୦କଂଗ୍ରେସ କର୍ମୀ !

ଗଜପତି ଜିଲ୍ଲାରେ ବିଜେଡି ନେତାଙ୍କ କରିସ୍ମା !

ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଏହା ସହ ବିଜେଡିର ମିଶ୍ରଣ ପର୍ବ। କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେଲେ ୭୦୦ରୁ ଉର୍ଦ୍ଧ ନେତା । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଗସ୍ତ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ସମବାୟ, ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଅତୁନ ଶବ୍ୟଚାଚି ନାୟକ। ବ୍ଲକର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହ ବିଜେଡିର ମିଶ୍ରଣ ପର୍ବରେ ଯୋଗଦେଇ ଥିଲେ। ଗ୍ରାମାଞ୍ଚଳର ଲୋକଙ୍କ ଗମନା ଗମନ ପାଇଁ ରାଜ୍ୟ ସରକାର ନଦୀ,ନାଳରେ ବିଜୁ ସେତୁ ଯୋଜନାରେ ପ୍ରକଳ୍ପ ନିର୍ମାଣ କରୁଛନ୍ତି।

ବ୍ଲକର ନଦୀମୁଠା ଅଞ୍ଚାଲରେ ରାଜ୍ୟ ସରକାରଙ୍କର ବିକାଶ ଧାରା ଜାରୀ ରହିଛି। ଗଜପତି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା କଣ ରହିଛି ଏହାକୁ ବୁଝାଇଥିଲେ । ନୂଆଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ନଦୀମୁଠା ଅଞ୍ଚଳର ସରଳାପଦର ଠାରୁ ରୁବୁଡ଼ିସିଂ ରାସ୍ତାର ସ୍ଥାନୀୟ ନାଳରେ ୪୬୩.୬୨ଲକ୍ଷ୍ୟ ଟଙ୍କାରେ ନିର୍ମିତ ଏବଂ ଉଦୟଗୁଡ଼ା ଠାରୁ ମାଣ୍ଡିଡି଼ ରାସ୍ତାର ବଡ଼ ଝର ନଦୀ ଉପରେ ୬୪୦.୯୫ଲକ୍ଷ୍ୟ ଟଙ୍କାରେ ନୂତନ ଭାବେ ନିର୍ମିତ ବିଜୁ ସେତୁକୁ ଉଦଘାଟନ କରିଛନ୍ତି ମନ୍ତ୍ରୀ ଅତୁନ ଶବ୍ୟଚାଚି ନାୟକ।

ତତସହ ଅଞ୍ଚଳର ବରିଷ୍ଠ ବିଜେଡି କର୍ମୀ ମାନଙ୍କ ନେତୃତ୍ବରେ ଉଦୟପୁର ଗ୍ରାମ ପଞ୍ଚାୟତର ସୁନ୍ଦରବାଡ଼ ଗ୍ରାମଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ଅଞ୍ଚଳର ୭୦୦ରୁ ଉର୍ଦ୍ଧ ସଂଖ୍ୟକ ଲୋକେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅତୁନ ଶବ୍ୟଚାଚି ନାୟକ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ପୃଥୀରାଜ ସାହୁ, ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ସମେତ ବହୁ ବରିଷ୍ଠ ବ୍ୟକ୍ତି ଯୋଗ ଦେଇଥିବା ଦେଖିବାକୁ ମିଳିଛି ।