ଷାଠିଏ ବର୍ଷ ପରେ ରାଜ୍ୟକୁ କୁସ୍ତିରେ ବଡ଼ ସଫଳତା

ଜାତୀୟସ୍ତରୀୟ କୁସ୍ତି ପ୍ରତିଯୋଗିତାରେ ସଫଳତା ଆଣିଲେ ଗଞ୍ଜାମର ଦୁଇ ଛାତ୍ର

ରାଜ୍ୟ ପାଇଁ ଖୁସି ଖବର । ପ୍ରାୟ ୬୦ବର୍ଷ ପରେ ଓଡ଼ିଶାକୁ ମିଳିଲା ବଡ଼ ସଫଳତା। ମଧ୍ୟପ୍ରଦେଶର ବିଦିଶା ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ବିଦ୍ୟାଳୟ କୁସ୍ତି ପ୍ରତିଯୋଗିତାରେ ସଫଳତା ଆଣିଲେ ଗଞ୍ଜାମ ଜିଲ୍ଲାର ଦୁଇ ଛାତ୍ର । ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ନିମଖଣ୍ଡି ହାଇସ୍କୁଲର ବାଦଲ କୁମାର ପାଢ଼ୀ ଓ ବ୍ରହ୍ମପୁରର ଏକ ଘରୋଇ ସ୍କୁଲରେ ଅଧ୍ୟୟନରତ ରାଧେଶ୍ୟାମ ପାତ୍ର। ଏହି ଦୁଇ ସ୍କୁଲ ଛାତ୍ର ଜାତୀୟ ସ୍ତରୀୟ କୁସ୍ତି ପ୍ରତିଯୋଗିତାରେ ଭାଗ ନେବା ସହ ରାଜ୍ୟ ପାଇଁ ଆଣି ଦେଇଛନ୍ତି ଅପୂର୍ବ ସଫଳତା।

ତେବେ ସେମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଖେଳ ସମ୍ବନ୍ଧୀୟ ଆବଶ୍ୟକୀୟ ଉପକରଣ ନ ଥିବାରୁ ଛତିଶିଗଡ ସହିତ ବିଜୟ ହୋଇଥିବା ବେଳେ ହରିଆନା ସହିତ ହାରି ଯାଇଥିଲୁ। ତେବେ ଗୁରୁ ବାଲକ୍ରୀଷ୍ଣାନଙ୍କ ସହଯୋଗରେ ଆଗାମୀ ଦିନରେ ଆମ ପ୍ରଚେଷ୍ଟା ଜାରି ରହିବା ସହିତ ରାଜ୍ୟ ପାଇଁ ଗୌରବ ଆଣିଦେବୁ ବୋଲି କହିଛନ୍ତି ଛାତ୍ରଦ୍ବୟ। ତେବେ ଦୀର୍ଘ ବର୍ଷର ବ୍ୟବଧାନ ପରେ କୁସ୍ତି କ୍ଷେତ୍ରରେ ଏହି ସଫଳତା ମିଳିଥିବାରୁ କ୍ରୀଡ଼ାପ୍ରେମୀ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି