ECI ଘୋଷଣା କରିବେ ୫ ରାଜ୍ୟର ନିର୍ବାଚନ ତାରିଖ

ଆଜି ବାଜିବ ୫ରାଜ୍ୟ ପାଇଁ ନିର୍ବାଚନୀ ବିଗୁଲ

ଆଗାମୀ ନିର୍ବାଚନ ପାଇଁ ଧୀରେଧୀରେ ଉଷ୍ମ ହେଉଛି ରାଜନୀତି । ତେବେ ଏହାରି ଭିତରେ କିଛି ଖବର ଆହୁରି ରାଜନୀତି ପାଣିପାଗକୁ ବେସ ସରଗରମ କରୁଛି । ଆଗକୁ ନିର୍ବାଚନ ଥିବା ବେଳେ ଆଜି ଘୋଷଣା ହେବ ୫ ରାଜ୍ୟର ନିର୍ବାଚନ ତାରିଖ । ଏହି ୫ରାଜ୍ୟଭିତରେ ରହିଛି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମର ବିଧାନସଭା ନିର୍ବାଚନ। ଆଜି ଏହି ରାଜ୍ୟଗୁଡିକ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । କିଛି ସମୟ ମଧ୍ୟରେ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ECI ତାରିଖ ଘୋଷଣା କରିବେ ।

ସୂଚନା ଅନୁଯାୟୀ ଆସନ୍ତା ନଭେମ୍ବର –ଡିସେମ୍ବରରେ ଏହି ୫ଟି ରାଜ୍ୟରେ ନିର୍ବାଚନ ହୋଇପାରେ । ମିଜୋରାମରେ ଆସନ୍ତା ଡିସେମ୍ବର ୧୭ରେ ବିଧାନସଭା କାର୍ଯ୍ୟକାଳ ପୂରୁଛି । ସେହିପରି ତେଲଙ୍ଗାନା, ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଜାନୁଆରୀ ସୁଦ୍ଧା ବିଧାନସଭା କାର୍ଯ୍ୟକାଳ ସମାପ୍ତ ହେଉଛି । ପୂର୍ବରୁ ନିର୍ବାଚନ ନେଇ ନିର୍ବାଚନ କମିଶନ ପର୍ଯ୍ୟବେକ୍ଷକଙ୍କ ସହ ବୈଠକରେ ଆଲୋଚନା କରିସାରିଛନ୍ତି । ଆଉ କିଛି ସମୟ ପରେ ଏହି ତାରିଖ ଘୋଷଣା ହେବା ପରେ ଏହି ୫ରାଜ୍ୟରେ ବାଜିବ ନିର୍ବାଚନୀ ବିଗୁଲ ।