ଭୁବନେଶ୍ବରରେ ବି କାୟା ମେଲାଇଲାଣି ସ୍କ୍ରବ୍ ଟାଇଫସ !
ରାଜ୍ୟରେ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି ସ୍କ୍ରବ ଟାଇଫସ । ଏମିତିକି ଏହା ବର୍ତ୍ତମାନ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ଗ୍ରାସ କରି ସାରିଲାଣି । ଯାହାକୁ ନେଇ ଏବେ ଚିନ୍ତା ବଢିଛି । ଏହାରି ଭିତରେ ଆଉ ଏକ ଖବର ଏହି ଘଟଣାକୁ ଆହୁରି କେନ୍ଦ୍ରୀୟ କରିଛି । କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ ହୋଇଛି ସ୍କ୍ରବ୍ ଟାଇଫସ। ତେବେ ସୂଚନା ଅନୁସାରେ ଦୁଇ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ସେ ନମୁନା ପରୀକ୍ଷା କରାଇଥିଲେ । ନମୁନା ପରୀକ୍ଷା ପଜିଟିଭ ଆସିଛି । ବର୍ତ୍ତମାନ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ଏହି ଘଟଣା ରାଜ୍ୟବାସୀଙ୍କୁ ଆହୁରି ଚକିତ କରିଛି ।