ତିରନ୍ଦାଜରେ ସ୍ଵର୍ଣ୍ଣ ସହ ଭାରତର ମୋଟ ୭୧ଟିପଦକ ହାସଲ
ଏସିଆନ ଗେମ୍ସରେ ନୂଆ ଇତିହାସ ସୃଷ୍ଟି କରିଛି ଭାରତ । ଆଉ ଏକ ସ୍ୱର୍ଣ୍ଣ ପଦକ ସହ ଏସୀୟ କ୍ରୀଡାର ୧୧ତମ ଦିନ ଆରମ୍ଭ କରିଛି ଭାରତ । ତୀରନ୍ଦାଜୀରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଜ୍ୟୋତି ସୁରେଖା ଓ ଓଜାସ ଦେଓତାଲେ । ତୀରନ୍ଦାଜୀର ମିକ୍ସଡ ଟିମ୍ ଇଭେଣ୍ଟରେ ଏହି ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ୧୬ଟି ସ୍ୱର୍ଣ୍ଣ ସହ ଭାରତର ମୋଟ ପଦକ ସଂଖ୍ୟା ୭୧ରେ ପହଞ୍ଚିଛି, ଯାହା ସତରେ ଏକ ରେକର୍ଡ ସଦୃଶ । ସୂଚନା ଅନୁଯାୟୀ ବୁଧବାର ଭାରତକୁ ୩୫ କିଲୋମିଟର ରେସ୍ ୱାର୍କରେ ମଧ୍ୟ ବ୍ରୋଞ୍ଜ ପଦକ ମିଳିଛି ତେବେ ୭୧ ପଦକ ସହ ଭାରତ ନୂଆ ରେକର୍ଡ କରିଛି ।
ଏହାପୂର୍ବରୁ ଜାକର୍ତ୍ତାରେ ହୋଇଥିବା ଏସୀୟ କ୍ରୀଡାରେ ଭାରତ ୭୦ଟି ପଦକ ଜିତିଥିଲା । କିନ୍ତୁ ଚଳିତ ଏସୀୟ କ୍ରୀଡାରେ ଏହି ରେକର୍ଡ ଭାଙ୍ଗିଛି ଭାରତ । ଆଗକୁ ଆଉ କିଛି ଇଭେଣ୍ଟରେ ମଧ୍ୟ ଭାରତର ପଦକ ଆଶା ରହିଛି । ଆଜି ନୀରଜ ଚୋପ୍ରା ମୈଦାନକୁ ଓହ୍ଲାଇବେ । ତେଣୁ ନୀରଜଙ୍କ ଠାରୁ ମଧ୍ୟ ଏକ ପଦକ ଆଶା ରଖିଛି ଭାରତ । ତେବେ ଭାରତୀୟ ଖେଳାଳିଙ୍କ ଏହି ରେକର୍ଡତମ ପଦକ ହାସଲ ସାରା ଭାରତକୁ ଗର୍ବିତ କରିଛି। ସବୁଥି ଭାରତୀୟ ଖେଳାଳିଙ୍କ ଭୁରିଭୁରି ପ୍ରଶଂସା ହେଉଥିବା ଦେଖିବାକୁ ମିଳିଛି।