ଭାରତର ଦ୍ଵିତୀୟ ମ୍ୟାଲେରିଆ ଭ୍ୟାକ୍ସିନକୁ WHOର ମଞ୍ଜୁରୀ

ମ୍ୟାଲେରିଆ ନିରାକରଣ ଦିଗରେ ପୁଣି ଭାରତର ସଫଳତା !

ଏଥର ମ୍ୟାଲେରିଆକୁ ନା । କାହିଁକି ନା ବଜାରକୁ ଆସୁଛି ନୂଆ ମ୍ୟାଲେରିଆ ଭ୍ୟାକ୍ଶିନ। ଯାହା ମ୍ୟାଲେରିଆକୁ ମାତ ଦେବା ଲାଗି ଯଥେଷ୍ଟ। ସୂଚନା ଅନୁଯାୟୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ତରଫରୁ ପ୍ରସ୍ତୁତ କରାଯାଇଥିବା ଏହି ମ୍ୟାଲେରିଆ ଟିକାକୁ who ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ଏହି ଟିକାର ପ୍ରି-କ୍ଲିନିକାଲ ଟେଷ୍ଟ ଓ କ୍ଲିନିକାଲ ପରୀକ୍ଷଣ ସମ୍ବନ୍ଧୀୟ ପରିସଂଖ୍ୟାନ ଅଧାରରେ ଏହି ମଞ୍ଜୁରୀ ମିଳିଛି । ଏହି ଟିକା ପରୀକ୍ଷଣ ୪ଟି ଦେଶରେ ସଫଳ ହୋଇଛି । ସେରମ୍ ଇନଷ୍ଟିଚ୍ୟୁଟ୍ କହିଛି କି ପିଲାମାନଙ୍କୁ ମ୍ୟାଲେରିଆରୁ ରକ୍ଷା କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଞ୍ଜୁରୀ ପାଇଥିବା ଟିକା ମଧ୍ୟରେ ଏହା ଦ୍ୱିତୀୟ ଟିକା ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଏସଆଇଆଇ ଦ୍ୱାରା ବିକଶିତ ଆର୨୧/ମ୍ୟାଟ୍ରିକ୍ସ-ଏମ୍ ନାମକ ଏହି ମ୍ୟାଲେରିଆ ଟିକାକୁ ନୋଭାକ୍ସର ସହାୟକ ଜ୍ଞାନକୌଶଳ ବ୍ୟବହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ ହୋଇଛି । ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆକୁ ଏହି ଟିକା ଉତ୍ପାଦନ ପାଇଁ ଅନୁମତି ମିଳିଛି । କମ୍ପାନୀ ବାର୍ଷିକ ୧୦ କୋଟି ଡୋଜ ଉତ୍ପାଦନ କରିବାର କ୍ଷମତା ହାସଲ କରିସାରିଛି । ଯାହା ଆଗାମୀ ୨ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ । ବର୍ତ୍ତମାନ ଘାନା, ନାଇଜେରିଆ ଏବଂ କୁର୍କିନା ଫାସୋରେ ଏହି ଟିକାର ବ୍ୟବହାର କରାଯାଉଛି । ତେବେ ଭାରତର ଏହି ଅଦମ୍ୟ ପରାକାଷ୍ଠାକୁ ସମସ୍ତେ ବେସ ଭୂରି ଭୂରି ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।