ହୁତୁହୁତୁ ହୋଇ ଜଳିଲା ଲୋକସେବା ଭବନ !

ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାରେ ନିଆଁ !

ରାଜ୍ୟ ଲୋକସେବା ଭବନରେ ନିଆଁ ଲାଗିଯାଇଛି। ହୁତୁହୁତୁ ହୋଇ ଜଳିଲା ଲୋକସେବା ଭବନର ରାଜସ୍ୱ ବିଭାଗ କୋଠା । ରାଜସ୍ୱ ବିଭାଗର ପ୍ରଥମ ମହଲାରେ ନିଆଁ ଲାଗି ଥିବା ଜଣାପଡ଼ିଛି। ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। ତେବେ ନିଆଁ କିପରି ଲାଗିଲା ତାହା ଜଣାପଡ଼ିନାହିଁ। ସର୍ଟ ସର୍କିଟରୁ ଲାଗିଲା ନା ଆଉ କିଛି କାରଣ ଅଛି ଜଣାପଡ଼ି ନାହିଁ। ନିଆଁ ଲାଗି ଲୋକସଭାରେ କ’ଣ କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଏହି ସମୟରେ ରାଜସ୍ୱ ବିଭାଗ କୋଠାରେ କେହି କର୍ମଚାରୀ ଥିଲେ ନାହିଁ ତାହା ମଧ୍ୟ ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ଉଦ୍ୟମ ଚଳାଇଛନ୍ତି। ତେବେ ଏଭଳି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ଦ୍ଖିବାକୁ ମିଳିଛି ।