ଆଜି ବି ସ୍ଵାଭାବିକ ହୋଇପାରିଲାନି ଗୃହ !

ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ କଲେ ବାଚସ୍ପତି !

ଗତ କିଛି ଦିନ ହେବ ସ୍ଵାଭାବିକ ଭାବେ ଚାଲି ପାରୁନି ବିଧାନସଭା । ଆଜି ମଧ୍ୟ ଗୃହ ଆରମ୍ଭରୁ ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ ଓ ନାରାବାଜି ଦେଖିବାକୁ ମିଳିଥିଲା । ଫଳରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ସୂଚନା ଅନୁସାରେ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ମୁଖ୍ୟମନ୍ତ୍ରୀ ବିବୃତିରୁ ଜନବିରୋଧୀ ଶବ୍ଦକୁ ବାଦ ଦେବା ସହ ବାଚସ୍ପତିଙ୍କୁ ଡାଲି ଫୋପାଡିବା ଘଟଣାରେ ନିଲମ୍ବିତ ହୋଇଥିବା ବିଜେପିର ୨ଜଣ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ବିଜେପି ବିଧାୟକମାନେ ଦାବି କରିଛନ୍ତି । ଫଳରେ ଗୃହରେ ହଟ୍ଟଗୋଳ ଓ ନାରାବାଜି ଦେଖିବାକୁ ମିଳିଥିଲା । ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି । ସେପଟେ ଆଜି ଅପରାହ୍ନରେ ବିଧାନସଭାରେ ଅତିରିକ୍ତ ବଜେଟର ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବାକୁ ଥିବା ବେଳେ ଗୃହ ସ୍ଵାଭାବିକ ନହେବା ଘଟଣାକୁ ଆହୁରି ଉଷ୍ମ କରିଛି ।