ନାହିଁ ନାହିଁରେ ଚାଲିଛି ବଡ଼ ଡାକ୍ତରଖାନା

କଟକ ବଡ଼ ଡାକ୍ତରଖାନାରେ ମିଳୁନି ପାଣି

ଦୁଇ ଦିନ ତଳେ ବିଜୁଳି ନ ଥିଲା । ଆଉ ଏବେ ପାଣି ନାହିଁ । କଟକ ବଡ଼ ଡାକ୍ତରଖାନାରେ ଏବେ ପାଣି ସମସ୍ୟା ଦେଖାଦେଇଛି । ଗତକାଲି ରାତିରୁ ମେଡିକାଲର ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ଠପ୍ ହୋଇଯାଇଥିଲା । ଆଜି ସକାଳେ କିଛି ସମୟ ପାଣି ଆସିଥିଲେ ବି ତାହା ଲୋକଙ୍କ ଆବଶ୍ୟକତାକୁ ପୂରଣ କରିପାରିନଥିଲା । ଟ୍ୟାପରେ ଯେଉଁ ପାଣି ଆସୁଛି ବୋତଲେ ପାଣି ଭରିବାକୁ ଘଣ୍ଟାଏ ସମୟ ଲାଗୁଛି । ଏପରିକି ମେଡିକାଲ ପରିସରରେ ଥିବା ଶୌଚାଳୟକୁ ମଧ୍ୟ ପାଣି ଆସୁ ନଥିବା ଅଭିଯୋଗ ହୋଇଛି । ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଶେଷରେ କିଛି ଉପାୟ ନଥିବାରୁ ରୋଗୀଙ୍କ ସମ୍ପର୍କୀୟ ଶୌଚଳାୟ ଯାଇ ଗାଧୁଆପାଧୁଆ କରି ଆସୁଥିବା ବେଳେ ବାହାରୁ ପାଣି କିଣି ଆଣି ପିଉଛନ୍ତି । ହେଲେ ରୋଗୀମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଶୌଚ ହେବା ସହ ନିଜର ନିତ୍ୟକ୍ରମ  କରିବା ପାଇଁ ଅସୁବଧାରେ ସମ୍ମୁଖୀନ ହେଉଛନ୍ତି ।