ପୂର୍ବତନ ମେୟର ଶିବ ଶଙ୍କରଙ୍କ ଗାଡିକୁ ବୋମାମାଡ କାଲେ ଦୁବୃର୍ତ୍ତ !
ଦିନକୁ ଦିନ କ୍ରାଇମ ହବ ପାଲଟୁଛି ବ୍ରହ୍ମପୁର ସହର । ପୁଣି ଅଶାନ୍ତ ହୋଇ ପଡିଛି ବ୍ରହ୍ମପୁର। ପୂର୍ବତନ ମେୟରଙ୍କ ଗାଡି ଉପରକୁ ହୋଇଛି ବୋମାମାଡ । ଯାହାକୁ ନେଇ ପୁରା ଜିଲ୍ଲାରେ ଖେଳିଯାଇଛି ଚାଞ୍ଚଲ୍ୟ । ସୂଚନା ଅନୁସାରେ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କୁ ଆକ୍ରମଣ । ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଶିବ ଶଙ୍କରଙ୍କ ଗାଡ଼ି ଉପରକୁ ବୋମାମାଡ ହୋଇଛି । ଶିବ ଶଙ୍କର ବ୍ୟକ୍ତିଗତ କାମ ସାରି ଘରକୁ ଫେରୁଥିବା ବେଳେ ଗୋଷାଣୀ ନୂଆଗାଁ ବଡ଼ ସାହି ନିକଟରେ କିଛି ଯୁବକ ତାଙ୍କ ଗାଡ଼ି ଉପରକୁ ବୋମାମାଡ କରି ସେଠାରୁ ଫେରାର ହୋଇଯାଇଛନ୍ତି ।
ଗାଡ଼ିର ସମ୍ମୁଖରେ ମାଡ଼ ହୋଇଥିଲେ ହେଁ ଶିବ ଶଙ୍କରଙ୍କ କିଛି କ୍ଷତି ହୋଇନାହିଁ । ତେବେ ରାଜନୈତିକ ଉଦ୍ଦେଶ୍ୟରେ ପୂର୍ବ ଶତ୍ରୁତାରୁ ଏଭଳି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ସମ୍ପର୍କରେ ଗୋଷାଣୀନୂଆ ଗାଁ ଥାନାରେ ଶିବ ଶଙ୍କର ଏତଲା ଦେଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଏଭଳି ଘଟଣା ପରେ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା ନେଇ ସାଧାରଣରେ ଆଲୋଚନା ହେବା ସହ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ଉଠିଛି ବଡ ପ୍ରଶ୍ନବାଚୀ ।