ପଞ୍ଜାବରେ ନେତାଙ୍କୁ ଗୁଳିମାଡ଼

ଅକାଳି ଦଳର ଜଣାଶୁଣା ନେତାଙ୍କୁ ଗୁଳିମାରିଲେ ଦୁବୃର୍ତ୍ତ

ପୁଣି ଅଶାନ୍ତ ହେଲା ପଞ୍ଜାବ । ଦୁବୃର୍ତ୍ତଙ୍କ ଟାର୍ଗେଟରେ ଏବେ ରାଜନେତା । ପୂର୍ବରୁ ପଞ୍ଜାବରେ ଜଣେ କଂଗ୍ରେସ ନେତା ବଲଜିନ୍ଦର ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଏବେ ପୁଣି ଏକ ଗୁଳିମାଡ଼ର ଶିକାର ହୋଇଛନ୍ତି ପଞ୍ଜାବର ଜଣେ ଜଣାଶୁଣା ନେତା । ତେବେ ଗୁଳିମାଡ଼ର ଶିକାର ହୋଇଛନ୍ତି ଅକାଳି ଦଳର ଜଣେ ନେତା। ଉଛଣା ଅନୁସାରେ ଏପରି ଏକ ଲୋମହର୍ଷଣକାରୀ ଘଟଣା ପଞ୍ଜାବର ହୋଶିଆରପୁରରେ ଘଟିଛି। ଗୁଳିମାଡ଼ର ଶିକାର ହୋଇଛନ୍ତି ପୂର୍ବତନ ସରପଞ୍ଚ ସୁରଜିତ ସିଂ।

ସୁରଜିତ ଗତକାଲି ନିଜ ଗାଁରେ ଏକ ତେଜରାତି ଦୋକାନ ସମ୍ମୁଖରେ ବସିଥିଲେ। ହଠାତ୍‌ ଦୁଇ ଯୁବକ ବାଇକ୍‌ରେ ସେଠାରେ ପହଞ୍ଚିଲା। ଏହାପରେ ସେମାନେ ସୁରଜିତ ସିଂଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।