୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ଵର୍ଣ୍ଣ
ଏସିଆନ୍ କ୍ରୀଡ଼ାର ପଞ୍ଚମ ଦିନ ଆରମ୍ଭରୁ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ । ଚୀନରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ସୁଟିଂରେ ପୁଣି ଭାରତକୁ ଏହି ସ୍ୱର୍ଣ୍ଣ ପଦକ ମିଳିଛି। ଏଥିସହ ମହିଳା ୬୦ କେଜି ଉସୁ ବର୍ଗରେ ରୌପ୍ୟ ପଦକ ମିଳିଛି । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ। ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ମିିଳିଛି ଦଳଗତ ସଫଳତା ।
ଅର୍ଜୁନ ଚିମା, ସରବଜୋତ ସିଂ, ଶିବ ନରୱାଲଙ୍କ ଏହି ଟିମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଚୀନକୁ ପରାସ୍ତ କରି ଦଳ ଶେଷ ମୁହୂର୍ତରେ ବିଜୟ ହାସଲ ସହ ଜିତିଛି ସ୍ଵର୍ଣ୍ଣ ପଦକ। ସେହିପରି ମହିଳା ୬୦ କେଜି ଉଷୁ ପ୍ରତିଯୋଗିତାରେ ଭାରତ ପକ୍ଷରୁ ରୋଶିବିନା ଦେବୀ ରୌପ୍ୟ ଜିତିଥିଲେ । ଏବେ ପଦକ ତାଲିକାରେ ଭାରତ ମୋଟ ୨୪ ପଦକ ସହ ପଞ୍ଚମ ସ୍ଥାନରେ ରହିଛି । ତେବେ ଏସିଆନ ଗେମ୍ସର ଆରମ୍ଭ ଦିନରୁ ଆଜିଯାଏଁ ଭାରତୀୟ ଖେଳାଳି ଦମଦାର ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।