କୁଜଙ୍ଗ ପାରାଦୀପ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ହାଇୱା ଧକ୍କାରେ ଦୁଇ ମୃତ !

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ପାରାଦୀପ ରାସ୍ତାର ପନ୍ଦର ନମ୍ବର ଛକ ନିକଟରେ । ଦ୍ରୁତ ଗତିରେ ଯାଉଥିବା ଏକ ହାଇୱା ଏକ ବାଇକ୍‌କୁ ପିଟିବାରୁ ୨ ବାଇକ୍‌ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣାସ୍ଥଲରୁ ଗାଡି ସମେତ ଡ୍ରାଇଭର ଫେରାର ଥିବା ଏଖିବାକୁ ମିଳିଛି । ମୃତକଦ୍ୱୟ ପ୍ରଭାକର ଭୋଳ ଓ ଜିତେନ୍ଦ୍ର ପାଳ ବୋଲି ଜଣାଯାଇଛି। ପ୍ରଭାକରଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟଳିପଙ୍କ ଗ୍ରାମରେ ହୋଇଥିବା ବେଳେ ଜିତେନ୍ଦ୍ରଙ୍କ ଘର ଛନ୍ଦାରୋମିତ ଗ୍ରାମରେ ବୋଲି ଜଣାପଡିଛି। ଆଜି ସକାଳେ ଉଭୟ ପ୍ରଭାକର ଓ ଜିତେନ୍ଦ୍ର କୌଣସି କାମରେ ବାଇକ୍‌ ଯୋଗେ କୁଜଙ୍ଗ ଅଭିମୁଖେ ଯାଉଥିଲେ। ମାତ୍ର ପାରାଦୀପ ରାସ୍ତାର ପନ୍ଦର ନମ୍ବର ଛକ ନିକଟରେ ଏକ ହାଇୱା ବାଇକ୍‌କୁ ପିଟିଥିଲା। ଫଳରେ ଘଟଣାସ୍ଥଳରେ ଉଭୟ ପ୍ରଭାକର ଓ ଜିତେନ୍ଦ୍ର ଗୁରୁତର ହୋଇଥିଲେ । ମେଡିକାଲରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନିୟରେ ଦୁର୍ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।