୫ମ ଦିନରେ ସ୍ଵାଭାବିକ ଗୃହ !

ଗୃହରେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

ଆଜି ବିଧାନସଭା ମୌସୁମୀ ଅଧିବେଶନର ୫ମ ଦିନ । ତେବେ ଆଜି ସ୍ୱାଭାବିକ ଭାବେ ଚାଲିଛି ଗୃହ କାର୍ଯ୍ୟ । ଯଦିଓ ଗତକାଲି ପ୍ରଶ୍ନକାଳରେ ସ୍ଵାଭାବିକ ସ୍ଥିତି ଥିଲା କିନ୍ତୁ ଶୂନ୍ୟକାଳରେ ପୁନଃ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଆଜି ମୌସୁମୀ ଅଧିବେଶନର ୫ମ ଦିନରେ ଗୃହକାର୍ଯ୍ୟ ଠିକ ଭାବେ ପରିଚାଳିତ ହେଉଥିବା ନଜରରେ ଆସିଛି । ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିବା ବେଳେ ଗୃହରେ ଉତ୍ତର ରଖୁଛନ୍ତି ମନ୍ତ୍ରୀ । ଆଜି ଗୃହରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଜଳସମ୍ପଦ, କ୍ରୀଡା ଓ ଯୁବ କଲ୍ୟାଣ, ଯୋଜନା ଓ ସଂଯୋଜନା, ବାଣିଜ୍ୟ, ପରିବହନ ବିଭାଗକୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟ ରହିଛି । ଗତକାଲି ଚତୁର୍ଥ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ଥିବା ବେଳେ ଶୂନ୍ୟକାଳରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା । ପୁନଃ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନଥିଲା । ତେବେ ଶାସକ ଦଳର ମନ୍ତ୍ରୀ ବିରୋଧୀଙ୍କ ଯେତେ ଉତ୍ତର ରଖିଲେ ମଧ୍ୟ ବିରୋଧୀ ନିଜ ପ୍ରଶ୍ନରେ ପୁରା ନାଛୋଡ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି ।