ବ୍ଯାଙ୍କ ଲକରରୁ ଉଇ ଖାଇଦେଲା ୧୮ଲକ୍ଷ !

ବ୍ଯାଙ୍କ ଲକରରେ ଟଙ୍କା ରଖୁଥିଲେ ହୋଇ ଯାଆନ୍ତୁ ସାବଧାନ !

ଦୁଃଖ ଏମିତି ବି ଆସେ । କେବେ ଭାବିଛନ୍ତି ଜୀବନ ସାରା ସଞ୍ଚୟ କରି ରଖିଥିବା ଟଙ୍କା ଯଦି ଉଈ କହାୟ ଦିଏ ଆପଣଙ୍କ ପରିସ୍ଥିତି କିପରି ହେବ ? ହଁ ଆଜ୍ଞା ଆଜି ଏମିତି ଏକ ଖବର ଦ୍ବକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ବି ସ୍ତବ୍ଧ ହୋଇଯିବେ । ଝିଅ ବାହାଘର ପାଇଁ ସୁନା ଗହଣା ସାଙ୍ଗକୁ ୧୮ ଲକ୍ଷ ଟଙ୍କା କ୍ୟାସ୍‌ ବ୍ୟାଙ୍କ ଲକର୍‌ରେ ରଖିଥିଲେ ମହିଳା। ବ୍ୟାଙ୍କରେ ସୁନାଗହଣା ସୁରକ୍ଷିତ ଥିବ ଭାବି ସେ ନିଶ୍ଚିତ ବି ଥିଲେ। ମାତ୍ର ପ୍ରାୟ ବର୍ଷକ ପରେ ଯେତେବେଳେ ମହିଳାଜଣକ ଲକର ଖୋଲି ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। କାରଣ ମହିଳାଙ୍କ ୧୮ ଲକ୍ଷ ଟଙ୍କାକୁ ଉଇ ଖାଇ ଦେଇଛି ।ଏହା ଦେଖିବା ପରେ ମହିଳା ଜଣଙ୍କ ହୋସ ଉଡିଯାଇଥିଲା ।

ତେବେ ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୋରଦାବାଦରେ । ଅଳକା ପାଠକ ନାମ୍ନୀ ମହିଳା ଏକ ଛୋଟ ବ୍ୟବସାୟ ତଥା ଟ୍ୟୁସନରୁ ଅର୍ଥ ସଞ୍ଜୟ କରି ନିଜ ଝିଅ ବିବାହ ପାଇଁ ସୁନାଗହଣା କିଣିଥିଲେ । ଉକ୍ତ ସୁନାଗହଣା ସାଙ୍ଗକୁ କ୍ୟାସ୍‌ ୧୮ ଲକ୍ଷ ଟଙ୍କା ଗତବର୍ଷ ଅକ୍ଟୋବରରେ ସେ ବ୍ୟାଙ୍କ ଲକ୍‌ରରେ ରଖିଥିଲେ। ହେଲେ କିଛି ଦିନପରେ ଯେତେବେଳେ ଅଳକା ନିଜ ଲକର୍‌ ଖୋଲିଥିଲେ। ସେତେବଳେ ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା । କାରଣ ଲକର୍‌ରେ ଥିବା ସମସ୍ତ ୧୮ଲକ୍ଷ ଟଙ୍କାକୁ ଉଇ ଖାଇ ନଷ୍ଟ କରି ସାରିଥିଲେ । ଏଘଟଣା ଅଳକାଙ୍କ ସମେତ ଲାକରରେ ରଖୁଥିବା ସମସ୍ତ ଜମାକାରୀଙ୍କୁ ସ୍ତବ୍ଧ କରିଛି ।