ପୁଣି ବଜ୍ରପାତ ନେଲା ମହିଳାଙ୍କ ଜୀବନ

ବଜ୍ରପାତ ଯୋଗୁଁ ଜଣେ ମୃତ, ଦୁଇ ଗୁରୁତର

ନବରଙ୍ଗପୁର ଝରିଗାଁ ବ୍ଲକ ବକଡ଼ାବେଡା ପଂଚାୟତର ତେନ୍ତୁଲିଗାଁ ଛକରେ ଅଭାବନୀୟ ଘଟଣା । ତିନି ଜଣ ମହିଳା ଜମିରେ କାମ ସାରି ଫେରିବା ସମୟରେ ବଜ୍ରପାତ ହେବା ଯୋଗୁଁ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଉମରକୋଟ ମେଡ଼ିକାଲ ଭର୍ତ୍ତି ହୋଇଛନ୍ତି । ମୃତ ମହିଳା ହେଲେ ନବିନା ଭତ୍ରା । ଟେଣ୍ଡକାଗୁଡା ଗ୍ରାମର ନବିନା ଭତ୍ରା ଏବଂ ବୁଧୁବାରି ଭତ୍ରାଙ୍କ ସହ ଝିଅ ତୁଳସୀ ନିଜ ଧାନ ଜମିରେ କାମ କରିବା ପାଇଁ ଯାଇଥିଲେ। କାମ ସାରି ଅପରାହ୍ଣ ପ୍ରାୟ ୪ଟାରେ ଘରକୁ ଫେରିବା ସମୟରେ ତେନ୍ତୁଲିଗାଁ ଛକ ନିକଟରେ ବଜ୍ରପାତ ହୋଇଥିଲା। ଫଳରେ ନବିନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମା ଏବଂ ଝିଅ ଗୁରୁତର ହୋଇଯାଇଥିଲେ । ପରେ ଖବର ପାଇ ପରିବାର ଲୋକ ଗୁରୁତର ଅବସ୍ଥାରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ସେହିପରି ଉମରକୋଟ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଉମରକୋଟ ପଠାଇ ଥିବା ଜଣାପଡିଛି ।