ଭାରତ ଯୋଡ ଯାତ୍ରାକୁ ଲାଲୁଙ୍କ ପ୍ରଂଶାସା

ବିହାରର ପାଟନା ଠାରେ ଆଜି ବସିଥିଲା ବିରୋଧୀଙ୍କ ମେଳି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ୧୫ଟି ବିରୋଧୀଦଳର ନେତାମାନେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏକ ମହାବୈଠକ କରିଛନ୍ତି । ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ରାହୁଲ ଗାନ୍ଧୀଙ୍କୁ କିଛି ମଜାଳିଆ ଢଙ୍ଗରେ ବିବାହ କରିବାକୁ ପରାମର୍ଶ ଦେଇଥିଲେ । ଲାଲୁ କହିଛନ୍ତି କି, ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ବାହା ହୋଇ ନାହାଁନ୍ତି କିନ୍ତୁ ସେ ବାହା ହୋଇଯିବା ଦରକାର । ଏବେ ବି ସମୟ କିଛି ଗଡିଯାଇ ନାହିଁ । ରାହୁଲ ଗାନ୍ଧୀ ତୁମେ ତୁରନ୍ତ ବାହା ହୋଇଯାଅ ଓ ଆମେ ତୁମ ବାହାଘରରେ ବରଯାତ୍ରୀ ହୋଇଯିବୁ । ଏହାସହ ସେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ପ୍ରଶଂସା ମଧ୍ୟ କରିଛନ୍ତି । ଏହାସହ ଲୋକସଭାରେ ରାହୁଲ ଗାନ୍ଧୀ ଯେଭଳି ଭାବେ ଆଦାନୀ ପ୍ରସଙ୍ଗ ଉଠାଇଲେ ତାହା ଦେଶହିତରେ ବୋଲି ସେ କହିଥିଲେ ।