ତାଇଓ୍ବାନ ଚାରିପଟେ ୧୦୦ରୁ ଚୀନର ଲଢୁଆ ବିମାନ

ପୁଣି ହେବ କି ଆଉ ଏକ ଯୁଦ୍ଧ, ଭୟରେ ତାଇଓ୍ବାନ୍

ତାଇୱାନ୍‌ ଚତୁଃପାର୍ଶ୍ବରେ ୧୦୦ରୁ ଅଧିକ ଚୀନା ଲଢୁଆ ବିମାନ । ଖାଲି ସେତିକି ନୁହେଁ ୯ଟି ନୌସେନା ଯୁଦ୍ଧପୋତ ମଧ୍ୟ ରହିଛି । ଆଜି ରାଜଧାନୀ ତାଇପେଇରେ ସରକାରୀ କର୍ତ୍ତୃପକ୍ଷମାନେ ଏନେଇ ସୂଚନା ଦେଇଛନ୍ତି । ଏନେଇ ଜାରି କରିଥିବା ବିବୃତିରେ ତାଇପେଇ କହିଛି, ସେପ୍ଟେମ୍ବର ୧୭ ସକାଳୁ ୧୮ ତାରିଖ ସକାଳ ଭିତରେ ‘ପ୍ରତିରକ୍ଷା ମନ୍ତ୍ରାଳୟ’ ତାଇୱାନ୍‌ ପ୍ରଣାଳୀ ଓ ସେ ଅଞ୍ଚଳରେ ସମୁଦାୟ ୧୦୩ଟି ଚୀନା ଲଢୁଆ ବିମାନ ଚିହ୍ନଟ କରିଛି । ବେଜିଙ୍ଗ୍‌ର ନିରବଚ୍ଛିନ୍ନ ସାମରିକ ଉତ୍ପୀଡ଼ନ ଅନାୟାସରେ ଉତ୍ତେଜନା ସୃଷ୍ଟି କରି ଆଞ୍ଚଳିକ ନିରାପତ୍ତା ପରିସ୍ଥିତି ବିଗାଡ଼ି ଦେବ । ଏଭଳି ଏକତରଫା ଧ୍ବଂସାତ୍ମକ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ଲାଗି ଉକ୍ତ ବିବୃତିରେ ଚୀନ୍‌କୁ କୁହାଯାଇଛି । ତେବେ ଗୋଟେପଟେ ଋଷ-ୟୁକ୍ରେନ୍ ଯୁଦ୍ଧ ସମାପ୍ତ ହୋଇନଥିବା ବେଳେ ଅନ୍ୟପଟେ ଆଉ ଏକ ଯୁଦ୍ଧ ନେଇ ସାରା ବିଶ୍ବ ଆଶଙ୍କା କରୁଛି ।