ଗାଡି ଚଳାଉଥିଲେ ମାନନ୍ତୁ ନିୟମ, ନହଲେ ଗଣିବେ ଫାଇନ୍

ଆପଣ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇଛନ୍ତି ତ ? ଗାଡ଼ିରେ HSRP ଲଗାଇନଥିଲେ ଆଜିଠୁ କଡ଼ା କାର୍ଯ୍ୟାନୁଷ୍ଠାନ । ଆଦାୟ ହେବ ମୋଟା ଅଙ୍କର ଫାଇନ୍ । ଆଜିଠୁ ଆରମ୍ଭ ହେଉଛି ସ୍ବତନ୍ତ୍ର ଡ୍ରାଇଭ୍ । HSRP ନଥିଲେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବା ସହ ୫ ହଜାରରୁ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯିବ । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୩ ଜୁନ ୭ ସୁଦ୍ଧା ମୋଟ୍ ୪୦ ଲକ୍ଷ ୯୩ ହଜାର ୬୦୮ ଗାଡ଼ି ସ୍ଲଟ ବୁକିଂ ହୋଇଛି । ସେଥିମଧ୍ୟରୁ ୩୫ ଲକ୍ଷ ୮୭ ହଜାର ୫୭୭ ଗାଡ଼ିରେ ଏଚଏସଆରପି ଲଗାଯାଇଛି । ଦଣ୍ଡ ବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି