ଫୁଟବଲ ଖେଳ ଚାଲିଥିବା ବେଳ ଅଘଟଣ

ରାଉରକେଲାରେ ବଜ୍ରପାତ ହେଲା କାଳ, ୩ ଯୁବକ ମୃତ

ବଜ୍ରପାତରେ ଚାଲିଗଲା ୩ ଯୁବକଙ୍କ ଜୀବନ । ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଵିରୱଲ ଗାଁରେ ଘଟିଛି ଅଘଟଣ । ଗାଁ ନିକଟସ୍ଥ ପଡିଆରେ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ସାଙ୍ଗମାନଙ୍କ ସହ ତିନି ଯୁବକ ଖେଳ ଦେଖୁଥିଲେ । ବର୍ଷା ହେବାରୁ ଏକ ଗଛ ମୂଳକୁ ଚାଲଯାଇଥିଲେ ତିନି ଯୁବକ । ଏହି ସମୟରେ ବଜ୍ରପାତ ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତକ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି । ଜଣେ ମୃତକ ଲାଠିକଟା କର୍ଲାଖମନ ଗ୍ରାମର ୧୭ ଵର୍ଷୀୟ ଵିଶାଲ ବିଲୁଙ୍ଗ ଵୋଲି ଚିହ୍ନଟ କରାଯାଇଛି। ଅନ୍ୟଜଣେ ଵଣେଇ ନାଲଘାଟି ଗ୍ରାମର ୧୬ ଵର୍ଷୀୟ ସୁନିତ ଓରାମ ବୋଲି ଚିହ୍ନଟ କରାଯାଇଛି । ଅନ୍ୟ ଜଣେ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ସମସ୍ତଙ୍କୁ ରାଉରକେଲା ହସ୍ପିଟାଲ ନିଆଯାଇଥିବା ବେଳେ ମୃତ ଘୋଷଣା କରିଛନ୍ତି ଡାକ୍ତର ।ତିନି ଜଣଙ୍କ ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ରଖାଯାଇଛି।